ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭିଜିଲାନ୍ସ ଜାଲରେ କୋଟି ପତି ଶିକ୍ଷକ . ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଶିକ୍ଷକଙ୍କ ଘରେ ରେଡ଼ କରିଥିଲା ଭିଜିଲାନସ ଟିମ . ରେଡ ସମୟରେ ମିଳିଥିବା ସଂପତ୍ତି କୁ ଦେଖି ଆଖି ଖୋସି ହୋଇଯାଇଛି ଭିଜିଲାନ୍ସ ଅଧିକାରୀଙ୍କର . ଭିଜିଲାନସ ଅଧିକାରୀଙ୍କ ସୂଚନା ଅନୁଯାୟୀ ସହକାରୀ ଶିକ୍ଷକଙ୍କ ପାଖରୁ ମୋଟ 4 କୋଟି ତିନି ଲକ୍ଷ 29 ହଜାର 869 ଟଙ୍କା ର ସଂପତ୍ତି ମିଳିଛି । ଏଥିରେ 3କୋଟି 94 ଲକ୍ଷ 70 ହଜାର 138 ଟଙ୍କାର ଅସ୍ଥାବର ସଂପତ୍ତି ଥିବା ବେଳେ 8 ଲକ୍ଷ 59 ହଜାର 731 ଟଙ୍କାର ସ୍ଥାବର ସଂପତ୍ତି ରହିଛି । ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକ ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଏସ.ରାଉତପୁର ସରକାରୀ ୟୁପି ସ୍କୁଲରେ ଚାକିରୀ କରନ୍ତି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ତାଙ୍କ ବାସଭବନ ସମେତ ଏକକାଳୀନ 12ଟି ସ୍ଥାନରେ ରେଡ଼ କରିଥିଲା . ଭିଜିଲାନ୍ସ ଟିମ ଦୁଷ୍ମନ୍ତ ଙ୍କ ବାସଭବନ ସ୍କୁଲ ପରିସରର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା . ପାରଳାଖେମୁଣ୍ଡିର ଏରଦେଲା ସାହିରେ ଦୁଷ୍ମନ୍ତ ଙ୍କ ଏକ ତିନି ମହଲା ଘର ରହିଛି ଯାହାର ମୂଲ୍ୟ 23 ଲକ୍ଷ 34ହଜାର ଟଙ୍କା, ସେହି ଭଳି ପାରଳାଖେମୁଣ୍ଡି ହସ୍ପିଟାଲ ରୋଡରେ 8 ଲକ୍ଷ 55 ହଜାରଟଙ୍କାର ଦୁଇ ମହଲା ଘର, ଦୁଷ୍ମନ୍ତ ଙ୍କ ସ୍ତ୍ରୀ ନାମରେ ପାରଳାଖେମୁଣ୍ଡି କାଚରା ସାହିରେ 32 ଲକ୍ଷ 86 ହଜାର ଟଙ୍କାର ଘର ରହିଛି । ସେହିପରି ଗୌର ଚନ୍ଦ୍ରପୁର ମୌଜାରେ ସ୍ତ୍ରୀଙ୍କ ନାରେ 53 ଲକ୍ଷ 20 ହଜାର ଟଙ୍କା ର ଘର ରହିଛି । ଗଜପତି ଷ୍ଟାଡିୟମ ନିକଟରେ ସ୍ତ୍ରୀ ଙ୍କ ନାଁ ରେ ଏକ କୋଟି 14ଲକ୍ଷ 24 ହଜାର ଟଙ୍କାର ଘର ରହିଛି । ନିଜ ନାଁ ଓ ସ୍ତ୍ରୀ ନାଁରେ ବିଭିନ୍ନ ସ୍ଥାନରେ 13 ଲକ୍ଷ 83 ହଜାର ଟଙ୍କାର 8 ଟି ପ୍ଲଟ ରହିଛି । ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ଜାରୀ ରହିଛି ।