ବିକାଶ ଟ୍ୟୁଟୋରିଆଲରେ ମୌଳିକ କର୍ଭବ୍ୟ ଓ ପୋକସୋ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ଅଧକ୍ଷ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ, ଆଜି ନୟାଗଡ଼ସ୍ଥିତ ବିକାଶ ଟ୍ୟୁଟୋରିଆଲ ପରିସରରେ ମୌଳିକ କର୍ଭବ୍ୟ ଏବଂ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ତୀଡ଼ନ ନିରାକରଣ ସମ୍ବନ୍ଧୀୟ ପୋଷ୍ ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରୀ ଦୀପାଞ୍ଜଳି ଓ ଋତୁପଣ୍ଡା ଏକ ସୁମଧୁର ସ୍ବାଗତ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଅତିଥ୍‌ ଏବଂ ଛାତ୍ରଛାତ୍ରୀଙ୍କୁ ମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମ୍ବିଧାନ ପ୍ରଦତ୍ତ ମୌଳିକ କର୍ଭବ୍ୟଗୁଡ଼ିକ ପାଳନ କରିବା ପ୍ରତ୍ୟେକ ନାଗରିକଙ୍କର ନୈତିକ ଦାୟିତ୍ଵ ବୋଲି କହିଥିଲେ । ସେ ଦେଶର ଏକତା, ଅଖଣ୍ଡତା, ସାମ୍ପ୍ରଦାୟିକ ସମ୍ପ୍ରତି ଏବଂ ସାର୍ବଜନୀନ ସମ୍ପଭିର ସୁରକ୍ଷା ପ୍ରତି ସଚେତନ ରହିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହାସହ ପୋଷ୍ ଆଇନର ବିଭିନ୍ନ ଦିଗ, ଏହାର ଉଦ୍ଦେଶ୍ୟ ଏବଂ ମହିଳାମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟିରେ ଏହାର ଭୂମିକା ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ସମାଧାନକାରୀ କ୍ଷଣପ୍ରଭା କର ମଧ୍ୟ ଉପସ୍ଥିତ ରହି ପୋଷ୍ ଆଇନର ବ୍ୟବହାରିକ ପ୍ରୟୋଗ, ଅଭିଯୋଗ ନିଷ୍ପଭି ପ୍ରକ୍ରିୟା ଏବଂ ମହିଳାଙ୍କ ଅଧିକାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ଲିଙ୍ଗ ସମାନତା ଏବଂ ପରସ୍ପର ପ୍ରତି ସମ୍ମାନବୋଧ ରଖିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଏବଂ ଆଲୋଚନା ପ୍ରତି ସେମାନେ ଗଭୀର ଆଗ୍ରହ ପ୍ରକାଶ କରିଥିଲେ । ଶେଷରେ ଅନୁଷ୍ଠାନର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି , ବକ୍ତା ଓ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ପରିଚାଳନା କରିଥିବାବେଳେ ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ପାଟଶାଣୀ, ପାରା ଲିଗାଲ ସ୍ୱେଚ୍ଛାସେବୀ କିର୍ତୀ ଆଚାର୍ଯ୍ୟ, ପ୍ରମୋଦ କୁମାର ମହାନ୍ତି ଏବଂ ଏସ ଇପ୍ସିତା ସଫଳ କାର୍ଯ୍ୟକ୍ରମ ସମ୍ପାଦାନରେ ସ‌ହ‌ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *