ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁତ୍ର ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବିଚାରଧୀନ ବନ୍ଦୀ ଶଠ ରାଉତରାୟ ଙ୍କ ବାଣପୁର ଉପ-କାରାଗାର ରେ ରବିବାର ସକାଳେ ମୃତ୍ୟୁ ଘଟିଛି । ଘଟଣା ରୁ ପ୍ରକାଶ ଯେ ରବିବାର ସକାଳ ବେଳେ ଶଠଙ୍କୁ ଗାଧୁଆ ଘରୁ ଅଚେତ ଅବସ୍ଥା ରେ ବାଣପୁର ଉପ କରାଗାର କର୍ତ୍ତୃପକ୍ଷ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ! ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ବର୍ଷ ପୂର୍ବେ ବାଣପୁର ବ୍ଲକ ଅନ୍ତର୍ଗତ ଶାନ୍ତିନଗର ରେ ସାନପୁଅର ହତ୍ୟା ଅଭିଯୋଗରେ ଶଠ ରାଉତରାୟ ବିଚାରଧୀନ ବନ୍ଦୀ ଭାବରେ ରହିଥିଲେ. ଅସୁସ୍ଥତା ହେତୁ କାରାଗାର କର୍ତ୍ତୃପକ୍ଷ ତାଙ୍କୁ ପାଞ୍ଚଦିନ ପୂର୍ବରୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଇଥିଲେ ଏବଂ ଶନିବାର ଦିନ ହୃଦ ରୋଗର ଚିକତ୍ସା ହୋଇ ସେ କରାଗାର କୁ ଫେରିଥିଲେ ! ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କାରାଗାର କର୍ତ୍ତୃପକ୍ଷ ଅବଗତ କରିବା ପରେ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ ! ବାଣପୁର ପୋଲିସ ମୃତ ଦେହ ଜବତ କରି ଘଟଣା ର ତଦନ୍ତ ଚଳାଇଛି ।
ବାଣପୁର ଉପ-କାରାଗାରରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ !!!

