ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟରେ ଶ୍ରମିକ ମାନେ କାମଧନ୍ଦା ଅନ୍ୱେଷଣରେ ବିଦେଶକୁ ନଯାଇ ନିଜ ଅଞ୍ଚଳରେ ମନରେଗା ଯୋଜନାରେ ସାମିଲ କରାଯାଇ ରୋଜଗାର କ୍ଷମ କରିବା ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହା ର ବ୍ୟତିକ୍ରମ ଘଟି ଶ୍ରମିକଙ୍କୁ ନ ଲଗାଇ ଜେସିବି ସାହାଯ୍ୟରେ ମାଟି କାମ କରି ପ୍ରଶାସନିକ କର୍ମଚାରୀ ମାନେ ମାଲେମାଲ ହେଉଛନ୍ତି । ଏହି ମନରେଗା କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବୋରିକ ନୂଆଗାଁ ଗ୍ରାମର ସାନ ପୋଖରୀ ଖୋଳିବା ପାଇଁ ମନରେଗା ଯୋଜନାରେ ସାମିଲ କରାଯାଇ ୨୦୧୬/୧୭ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ମାତ୍ର ସେହି ବର୍ଷ କିଛି ମାତ୍ରାରେ କାମ କରି କୋଭିଡ ମହାମାରୀ ରୋଗ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଥିଲା । ପୁନର୍ବାର ଏବେ କାର୍ଯ୍ୟକୁ ନାମକୁ ମାତ୍ର ଲୋକ ଲଗାଇ ଜେସିବି ଲଗାଇ ମାଟିର କାର୍ଯ୍ୟ କରାଯାଇ ଟଙ୍କା ହଡ଼ପ କରାଯାଇଥିବାର ଗ୍ରାମବାସୀ ମାନେ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ଓ ବୋଲଗଡ଼ ବିଡ଼ିଓଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି ।
ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ବାଟବଣା !!!

