ଅସନ୍ତୁଳିତ ପରିବେଶ – ମାନବ ଜାତିର ଧ୍ବଂସର କାରଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ରାଜ୍ୟ ସ୍ତରୀୟ ଆଭାସୀ ଆଲୋଚନା ଓ କବିତା ପାଠୋତ୍ସବ ଶୀର୍ଷକ “ପରିବେଶ ସୁରକ୍ଷା ଓ ଆସନ୍ତା ପିଢ଼ି”ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଓ କବିତା ପାଠୋତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି, ଲେଖକ, ସାମାଜିକ କର୍ମୀ ଓ ପରିବେଶବିତ୍ ଯୋଗଦାନ କରି ସ୍ବରଚିତ କବିତା ପାଠ କରିବା ସହିତ ଏହି ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ଡଃ ଲକ୍ଷ୍ମୀପ୍ରିୟା ଦେଇ,ପ୍ରଫେସର କୁଳମଣି ବାରିକ, ଶ୍ରୀଯୁକ୍ତ ନଟବର ପ୍ରଧାନ, ସସ୍ମିତା ଦାଶ, ବି. ସତ୍ଯମ୍ ଆଚାରୀ, ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ରୋହିତ ଜେନା, ପ୍ରେମସାଗର ଦେହେରିଆ,ଜୀତେନ୍ଦ୍ର କୁମାର ମହାରଣା, କୁମାରୀ ଅନନ୍ଯା ଦାଶ, ଶ୍ରୀକାନ୍ତ ପଣ୍ଡା, ନାରାୟଣ ସାହୁ, ସୁଶ୍ରୀ ଶୁଭସ୍ମିତା ମହାନ୍ତି, ସଦାଶିବ ପାଢୀ, ଶ୍ରୀମତୀ ଅନୁପମା ରାଉତ, ଶାନ୍ତନୁ ବିଶୋଇ, ଶ୍ରୀକାନ୍ତ ଘଡାଇ, କମଳିନୀ ଚଣ୍ଡି, ଟିକାମଣି ବୁଦ୍ଧିଆ, ସଦାଶିବ ପାଢୀ, ରବିନ୍ଦ୍ର କୁମାର ସାହୁ, ସୌଦାମିନୀ ମିଶ୍ର ଏବଂ ଇସାନା ଦିବ୍ୟଜ୍ୟୋତି ପ୍ରମୁଖ ଯୋଗଦାନ କରିଥିଲେ। କବିତା ପାଠୋତ୍ସବକୁ ବରିଷ୍ଠ ସାମାଜିକ କର୍ମୀ ତଥା ସାହିତ୍ୟିକା ଶ୍ରୀମତୀ ଶର୍ମିଷ୍ଠା ନାଥ ସମୀକ୍ଷା କରିଥିବା ବେଳେ ଆଦର୍ଶ ଶିକ୍ଷକ, ନାଟ୍ୟକାର କବି ଶ୍ରୀଯୁକ୍ତ ଭାବଗ୍ରାହୀ ମହାପାତ୍ର ଏବଂ ବରିଷ୍ଠ କବୀ, ସାହିତ୍ୟ ସାଧିକା ସୁଶ୍ରୀ ଅଞ୍ଜଳୀପ୍ରଭା ପଟ୍ଟନାୟକ ଅତି ସୁନ୍ଦର ଭାବରେ କାର୍ଯକ୍ରମ କୁ ସମ୍ପାଦନା କରିଥିଲେ। ବରିଷ୍ଠ ସମାଜସେବୀ ଓ ପରିବେଶବିତ୍ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସାହୁ (ଗଛ ସାର୍) ଏବଂ ଶ୍ରୀଯୁକ୍ତ ସୁକାନ୍ତ ଚୌଧୁରୀ ମହୋଦୟ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ପରିବେଶ ଓ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଉପରେ ଗଭୀର ଭାବେ ବିଶ୍ଲେଷଣ କରି କହିଥିଲେ । ଜଳ, ଜଂଗଲ, ଜମି, ଜୀବଜନ୍ତୁ, ଜୈବ ବିବିଧତାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଗତି ଓ ବିକାଶକୁ ଦ୍ବାହି ଦେଇ ବାୟୁ, ଜଳ, ଖାଦ୍ୟ ପରିବେଷ ଓ ଚାଷ ଆଜି ସମ୍ପୂର୍ଣ୍ଣ ଦୂଷିତ। ଅମାନୁଷିକ ଅତ୍ୟାଚାର ଯୋଗୁଁ ଅନେକ ପଶୁ ପକ୍ଷୀ ବିଲୁପ୍ତ ପ୍ରାୟ। ନବ୍ଯ ସଭ୍ଯ ମାନବ ସମାଜ ନିଜର ସ୍ବାର୍ଥ ଓ ସମ୍ଭୋଗ ପାଇଁ ପ୍ରକୃତିକୁ ହତ୍ଯା କରିବା ଅତି ଦୁର୍ଭାଗ୍ୟ ଜନକ। ଏହା ବାସ୍ତବତାର ମାନବୀୟ ଧର୍ମ ନୁହେଁ। ବର୍ତ୍ତମାନ ଯଦି ଏଥିପ୍ରତି ଧ୍ୟାନ ଦିଆ ନ ଯାଏ ଆସନ୍ତା ପିଢ଼ି ପାଇଁ ଏହା ବଡ଼ ବିପଦଜନକ ପରିସ୍ଥିତି ସୃଷ୍ଟି କରିବ । ତେଣୁ ଏଥିପ୍ରତି ସମଗ୍ର ମାନବ ସମାଜ ସତର୍କ ରହିବା ପାଇଁ ସେ ଆହ୍ଵାନ ଦେଇଥିଲେ। ସାହିତ୍ୟ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରିବା ସହିତ ବୃକ୍ଷ ରୋପଣ ଓ ମାଟି ମାଆ ତଥା ପ୍ରକୃତିର ସୁରକ୍ଷା କରିବା ଆଜିର ଦିନରେ ବଡ ଆହ୍ବାନ ବୋଲି ମତବ୍ୟକ୍ତ କରିଥିଲେ । ଯୁବ କବି ରୀକ୍ଷିରାମ ମେହେର ଧନ୍ଯବାଦ ଅର୍ପଣ କରିଥିବା ବେଳେ ମାଟିର ସ୍ବର ସଂଗଠନର ସଂଯୋଜକ ପ୍ରଭାତ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *