ଦକ୍ଷତାଭିତ୍ତିକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ଜିଲ୍ଲା ସ୍ତରୀୟ ଦକ୍ଷତା ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି . ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ଏବଂ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀ ରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାରେ ୭ ଗୋଟି ବ୍ଲକ ର ୫୬ ଜଣ ପ୍ରତିଯୋଗୀ ଉପସ୍ଥିତ ଥିଲେ । ସେଥି ମଧ୍ୟରୁ ପ୍ରତି ବର୍ଗ ଓ ବିଷୟରେ ହୋଇଥିବା ୨୪ ଜଣ ପୁରସ୍କୃତ ହେଲେ । ଜିଲ୍ଲା ସ୍ତରରେ ବିଜୟ ଲାଭ କରିଥିବା ୮ ଜଣ ଛାତ୍ର / ଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୧୦.୦୭.୨୦୨୨ ( କନିଷ୍ଠ ) ୧୦.୦୭.୨୦୨୨ ଏବଂ ୧୭.୦୭.୨୦୨୨ (ବରିଷ୍ଠ) ମାନେ ନିଜ ନିଜର ଗାଇଡ ଙ୍କ ସହ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ଅନୁଷ୍ଠୀତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଜିଲ୍ଲା ପ୍ରଶାସନ (ସଂସ୍କୃତି ବିଭାଗ) ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସାରସ୍ବତ ଦକ୍ଷତାଭିତିକ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା, ସାତ୍ମିକ ପଟନାୟକ, ଭାଗବତ ପାଢ଼ୀ, ନରସିଂହ ବାଜବନ୍ଧୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଶାଲତା ପାଣିଗ୍ରାହୀ, ଶ୍ୱେତI ପଟନାୟକ,ସସ୍ମିତା ମହାପାତ୍ର, ସ୍ନିଗ୍ଧା ମିଶ୍ର, ପ୍ରଭୃତି ବିଚାରକ ଥିଲେ ।

Leave a Reply

Your email address will not be published. Required fields are marked *