ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନାଞ୍ଚଳରୁ ସାମନାକୁ ଆସିଲା ଅଘଟଣର ଖବର . ସୁକିନ୍ଦା ପାଖ ଜଙ୍ଗଲରୁ ଏକ ଜଙ୍ଗଲୀ ଭାଲୁ ସୋମବାର ବିଳମ୍ବିତ ରାତିରେ ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ସଂସାଇଲୋ ନୂଆସାହିରେ ପଶି ବୁଲାବୁଲି କରୁଥିବା ବେଳେ ସ୍ଥାନୟ ବାସିନ୍ଦା ରାଘବ ମହନ୍ତଙ୍କ ଗଭୀର କୂଅ ମଧ୍ୟରେ ପଡିଯାଇଛି . ସୋମବାର ବିଳମ୍ୱିତ ରାତିରେ ଭାଲୁଟି କୂଅ ମଧ୍ୟରେ ପଡ଼ି ଆହତ ହୋଇ ଯାଇଥିବା ଦୃଶ୍ୟ ମଙ୍ଗଳବାର ସକାଳୁ ରାଘବ ମହାନ୍ତଙ୍କ ପରିବାର ଲୋକେ ଦେଖି ସୁକିନ୍ଦା ବନ ବିଭାଗ କର୍ମଚାରୀ ମାନଙ୍କୁ ସୁଚନା ଦେଇଥିଲେ . ସୁକିନ୍ଦା ବନ ବିଭାଗ କର୍ମଚାରୀ ଓ ଦମକଳ ବାହିନୀର କର୍ମଚାରୀ ଘଟଣା ସ୍ଥଲରେ ପହଞ୍ଚି ଜଙ୍ଗଲି ଆହତ ଜଙ୍ଗଲି ଭାଲୁ ଟିକୁ ଗଭୀର କୂଅ ମଧ୍ୟରୁ ଉଦ୍ଧାର କରିଥିବା ପାଇଁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଛି .
ସଂସାଇଲୋ ନୂଆସାହିରେ ଗଭୀର କୂଅ ମଧ୍ୟରେ ପଡ଼ି ଭାଲୁ ଆହତ !!!

