ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କୁ ବେତନ ସମ୍ବନ୍ଧୀୟ ଅଭିଯୋଗ କଲେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗରେ କାର୍ଯ୍ୟ କରି ଆସୁଥିବା ଚୁକ୍ତି ଭିତ୍ତିକ କର୍ମଚାରୀ . ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟରତ T.E / PE/ PDM ଆଜି ପର୍ଯ୍ୟନ୍ତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାରେ କାର୍ଯ୍ୟ କରି ଆସୁଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନିୟମ ଅନୁଯାୟୀ ପ୍ରଶାସନିକ ସ୍ତରରେ ଦରମା ଧାର୍ଯ୍ୟ କରାଯାଇଛି , କିନ୍ତୁ ପରିତାପର ବିଷୟ ସେମାନଙ୍କୁ ଗତ ନଭେମ୍ବର 2021 ଠାରୁ ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ବେତନ ପାଇ ପାରୁ ନ ଥିବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଲିଖିତ ଆକାରେ ଜଣାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କର୍ମଚାରୀ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହା ଉପରେ ପଦକ୍ଷେପ ନେବା ପାଇଁ ଓ ଜିଲ୍ଲା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି ବିଷୟରେ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳଙ୍କୁ ବେତନ ସମ୍ବନ୍ଧୀୟ ଅଭିଯୋଗ କଲେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗରେ କାର୍ଯ୍ୟ କରି ଆସୁଥିବା ଚୁକ୍ତି ଭିତ୍ତିକ କର୍ମଚାରୀ !!!

