କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ଗସ୍ତ କୁ ନେଇ କଣିହାଁ ରେ ବ୍ୟାପକ ପ୍ରସ୍ତୁତି !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିର୍ଦ୍ଦେଶରେ ତଥା ଓଡିଶା ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆଗ୍ରହ କ୍ରମେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଙ୍କ ର ଆସନ୍ତା ସାତ ଓ ଆଠ ତାରିଖ ଦୁଇ ଦିନ କଣିହାଁ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଛି | ସ୍ୱାଧୀନତା ର 75ବର୍ଷ ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ପାଳନ ରେ କଣିହାଁ ମାଟିର ବୀର ଗାଥା କୁ ଦିଲ୍ଲୀ ଦରବାର ରେ ସଠିକ ଉପସ୍ଥାପନ କରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ ଙ୍କ ପରିବାର କୁ ସମ୍ମାନୀତ କରିବା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତୀ ଙ୍କୁ ଏ ଅଂଚଳ କୁ ନିମନ୍ତ୍ରଣ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ବୈଠକ ରେ ଯୋଗଦେଇ ପ୍ରକାଶ କରିଛନ୍ତି | କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କଣିହାଁ ଅଂଚଳ ରେ ସାତ ତାରିଖ ରାତ୍ରୀ ଯାପନ କରିବା ସହ ଆଠ ତାରିଖ ସକାଳୁ ଏନଟିପିସି ରେ ତାଳଚେର ବିଧାନସଭା ର ବିଜେପି ର ପ୍ରମୁଖ କାର୍ଯ୍ୟକର୍ତା ଙ୍କ ସହ ଆଲୋଚନା କରିବେ, ଏନଟିପିସି ଛକରେ ପ୍ରଜାମଣ୍ଡଳ ସ୍ମାରକ ସ୍ତମ୍ଭ ରେ ମାଲ୍ୟାର୍ପଣ କରିବେ, ମହାତ୍ମା ଗାନ୍ଧୀ ଏବଂ ପବିତ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବେ, ସେଠାରୁ କଂସମୁଣ୍ଡା ଯାଇ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ ଙ୍କ ପରିବାରଙ୍କୁ ଭେଟିବେ ଏବଂ ପରେ ପରେ ମୋଦୀ ଙ୍କ ଯୋଜନା ରେ ଲାଭର୍ଥୀ ଙ୍କ ଘରକୁ ଯାଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି | ଏ ସମସ୍ତ କାର୍ଯ୍ୟକ୍ରମ ର ବ୍ୟାପକ ପ୍ରସ୍ତୁତି ସହ କାର୍ଯ୍ୟକ୍ରମ ର ସଂଯୋଜନା କରାଯାଇଛି | ଆଜିର ଏହି ବୈଠକ ରେ କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ ସଭାପତିତ୍ବ କରିଥିବା ବେଳେ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବାରିକ, ସାଧାରଣ ସମ୍ପାଦକ କର୍ଣ୍ଣ କୁମାର ଭୁତିଆ, ଲୋକନାଥ ପ୍ରଧାନ, ସୁଶାନ୍ତ କୁମାର ସାମଲ, ଦୁଃଖବନ୍ଧୁ ଭୁତିଆ ଙ୍କ ସହ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *