ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ନିଆରା ବାସୀ ରଥଯାତ୍ରା ମହା ସମାରୋହରେ ଆଜି ପାଳିତ ହୋଇଯାଇଛି । ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସମ୍ମାନ ଜଣାଇ ଦୀର୍ଘବର୍ଷ ହେବ ତତ୍କାଳୀନ ରାଜା ଏହି ପରମ୍ପରା ଆରମ୍ଭ କରିଥିଲେ । ଗୁଣ୍ଡିଚା ଓ ବାହୁଡ଼ା ଦିନ ଠାକୁର ପହଣ୍ଡି ହୋଇ ରଥକୁ ଆସିବା ପରେ ଥରେ ରଥ ଟଣାଯାଇ ପରଦିନ ରଥଯାତ୍ରା ସମ୍ପୂର୍ଣ୍ଣ କରାଯାଇଥାଏ । ଆଜି ବାସି ବାହୁଡ଼ା ଯାତ୍ରାରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ରଥ ଟାଣିଥିଲେ । ସୁକିନ୍ଦା ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଛେରା ପହରା କରିବା ପରେ ରଥ ଟଣା ହୋଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା, ଦମକଳ ବାହୀନି ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା । ମିନାବଜାର ଓ ବିଭିନ୍ନ ଖାଇବା ଦୋକାନ , ବିଭିନ୍ନ ଦୋଳି ଯାତ୍ରାକୁ ସରସ ସୁନ୍ଦର କରିଥିବା ବେଳେ ଆଜି ପ୍ରବଳ ଜନ ଗହଳିରେ ମହା ଆଡ଼ମ୍ବରରେ ସୁକିନ୍ଦା ଗଡରେ ମହାପ୍ରଭୂଙ୍କ ବାହୁଡା ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ସୁକିନ୍ଦାରେ ନିଆରା ବାସୀ ରଥଯାତ୍ରା ଅନୁଷ୍ଠିତ !!!

