ବିଶ୍ୱ ଜନ ସଂଖ୍ୟା ଦିବସ 2022 ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର କନଫେରାନ୍ସ ହଲ ଠାରେ ବିଶ୍ୱ ଜନ ସଂଖ୍ୟା ଦିବସ 2022 ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର,ଡକ୍ଟର ମହେନ୍ଦ୍ର କୁମାର ଭୂୟାଁ, ଡକ୍ଟର ଆନନ୍ଦ ସାମନ୍ତ ରାୟ, ଡକ୍ଟର ଇନ୍ଦ୍ରିରା କୁମାରି ମହାପାତ୍ର, ନେତ୍ରାନନ୍ଦ ସତପଥୀ,ନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ଜନ ସଂଖ୍ୟା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସଂକ୍ଷେପରେ ନିଜର ମତ ରଖିଥିଲେ। ବିଭାଗ ପକ୍ଷରୁ କିପରି ଜନ ସଂଖ୍ୟା ନିୟନ୍ତ୍ରଣ ତୃଣମୂଳ ସ୍ତରରେ ସଚେତନ କରାଯାଇ ପଦକ୍ଷେପ ନିଆଯାଇଛି ସେ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଆଶା କର୍ମୀ ,ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ରହି ଥିଲେ।ଏହି ଦିବସ ଉପରେ ଏକ ବକୃତା ପ୍ରତିଯୋଗିତା ହୋଇ ଥିଲା। ଯେଉଁ ମାନେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ହୋଇ ଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *