ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩୨ ତମ ଜାତୀୟ ସଡକ ସୁରକ୍ଷା କାର୍ଯ୍ୟକ୍ରମ ।

0
199

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ସଡକ ଓ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ୩୨ ତମ ଜାତୀୟ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସଚେତନତା ରଥ ପରିକ୍ରମାର ଶୁଭ ଉଦଘାଟନ ହୋଇଅଛି . ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ଜିଲ୍ଲାପାଳ ଋତୁରାଜ ମନ୍ଦକଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଚାଲୁରହିବ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ରଥ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇବ । ଅନ୍ୟ ପକ୍ଷରେ ଆଗାମୀ ଦିନରେ ଯାନବାହନ ଯାଞ୍ଚ କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟନାୟକ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here