ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇ ଯାଇଛି ।ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାହି ଗଳି ଓ ଛକମାନଙ୍କରେ ଗଣେଶ ପୂଜା ମହା ଆନନ୍ଦରେ ପାଳିତ ହୋଇଛି । ଲିଚୁ ମାଳ ଆଲୋକ ଏବଂ ତୋରଣରେ ସହର ଝଲସି ଉଠୁଛି । କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ନିରାଡ଼ମ୍ବର ଭାବରେ ଗଣେଶ ପୂଜା ପାଳନ କରାଯାଇଥିଲା । ଚଳିତ ବର୍ଷ ଉତ୍ସ।ହର ସହ ଗଣେଶ ପୂଜା ପାଳନ କରାଯାଇଛି । ସମସ୍ତ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସନ୍ଧ୍ୟା ସମୟରେ ଗଣେଶ ପୂଜା ଦେଖିବା ପାଇଁ ସହରର ବିଭିନ୍ନ ଛକରେ ଭିଡ଼ ଜମିବାରେ ଲାଗିଛି ।