ବାଲିଗୁଡ଼ା ଥାନା ପରିସରରେ ସିସି ଟିଭି ର କଣ୍ଟ୍ରୋଲ ରୁମ ଉଦଘାଟନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଧୁମଧାମରେ ପାଳନ କରାଯାଇଥିଲା କାର୍ଯ୍ୟକ୍ରମ । ଆୟୋଜିତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ, ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ ମଳିକ, ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀଙ୍କ ସମେତ ବାଲିଗୁଡ଼ା ଏନ୍ଏସିର ସମସ୍ତ ଓ୍ବାର୍ଡ କାଉନସିଲର ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଥମେ ବାଲିଗୁଡ଼ା ଏନ୍ଏସି ପକ୍ଷରୁ ପ୍ରତ୍ୟୁଷରୁ ସହରରେ ରାମ୍ ଧୁନ୍ ପରିବେଷଣ, ଏହାପରେ ଅଧ୍ୟକ୍ଷ ତଥା ସମସ୍ତ ପାରିଷଦ ବୃନ୍ଦଙ୍କ ଦ୍ବାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ଅଧ୍ୟକ୍ଷଙ୍କ ଦ୍ବାରା ଏନ୍ଏସି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ପରେ ସ୍ଥାନୀୟ ବୃଦ୍ଧାଶ୍ରମ, ଉପଖଣ୍ଡ ଚିକିତ୍ସାଳୟ ଓ ଉପ କାରାଗାରରେ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ସ୍ଥାନୀୟ ଥାନା ପରିସରରେ ସିସି ଟିଭି ର କଣ୍ଟ୍ରୋଲ ରୁମ କୁ ଉଦଘାଟନ କରାଯାଇଥିଲା l ଏହାପରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର ସହରର ଉନ୍ନତି ପାଇଁ ହୋଇଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ । ଏଥି ସହିତ ଆଗକୁ ଆହୁରି ଅନେକ ଉନ୍ନୟନ କାର୍ଯ୍ୟ କରାଯିବ । ଏଥିପାଇଁ ସହରବାସୀଙ୍କ ସହଯୋଗ କାମନା କରିଥିଲେ ନିଜ ବକ୍ତବ୍ୟ ମାଧ୍ୟମରେ। ପ୍ରଶାସନିକ ସ୍ତରରେ ସହରର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ସବୁ ପ୍ରକାରର ସହଯୋଗ ରହିଛି ଏବଂ ରହିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଓ ବିଡ଼ିଓ । ଅନ୍ୟପଟେ ରାଜ୍ୟ ସରକାର କନ୍ଧମାଳର ଉନ୍ନତି ପାଇଁ ସବୁବେଳେ ଗୁରୁତ୍ବ ଦେଉଛନ୍ତି । ବାଲିଗୁଡ଼ା ଏନ୍ଏସିରେ ମଧ୍ୟ ବହୁତ ଉନ୍ନତି ମୂଳକ କାର୍ଯ୍ୟକୁ ମଞ୍ଜୁରୀ ଦେଇଛନ୍ତି । ଆଗକୁ ମଧ୍ୟ ବାଲିଗୁଡ଼ାର ଅଧିକ ଉନ୍ନତି ପାଇଁ ଆମେ ଚେଷ୍ଟିତ ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଓ ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ । ଏହି ଅବସରରେ ଏନ୍ଏସିରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା, ୧୦ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରଙ୍କୁ ପ୍ରୋତ୍ସାହନ ରାଶି, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯିବା ସହ ନୂତନ ଭାବରେ ୧୭ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏନ୍ଏସି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *