ବର୍ଷାରେ ବେହାଲ ବାଲୁଗାଁ ରାସ୍ତା : ଲୋକେ ହନ୍ତସନ୍ତ !!!

0
206

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅଞ୍ଚଳରେ ଦିନ ତମାମ ଲଘୁଚାପ ଜନିତ ବର୍ଷା ଲାଗି ରହିବାରୁ ଅନେକ ଜାଗାରେ ଲୋକେ ବିଭିନ୍ନ ସମସ୍ୟାର ସମୁଖୀନ ହୋଇଥିବାର ଦେଖିବାକୁ ମିଳିଛି । ସେହିପରି ବାଲୁଗାଁ ଏନଏସି ରେ ଦେଖିବାକୁ ମିଳିଛି ଅନେକ ସମସ୍ୟା, କୋଉଠି ଝିପି ଝିପି ବର୍ଷା ରେ ପିଚୁ ଉଠିଗଲାଣି ତ ଆଉ କୋଉଠି ଆଂଠୁଏ ଆଂଠୁଏ ପାଣି । ଏ ଦୃଶ୍ୟ ହେଉଛି ବାଲୁଗାଁ ୧୦ନଂ ୱାର୍ଡ ର ଓଭର ବ୍ରିଜ ତଳେ ଥିବା ସାଇ ମନ୍ଦିରର ପରିସରର ଦୃଶ୍ୟ , ଲୋକେ କିପରି ଭାବରେ ଅସୁବିଧାର ସମୁଖୀନ ହେଉଥିବେ । ଏଠି ସାମାନ୍ୟ ବର୍ଷା ଟିକେ ରାସ୍ତା ମଝିରେ ପାଣିର ଲହରୀ ଚାଲିଥାଏ । ଯେଉଁଠିକୁ ସବୁ ଦିନ ମନ୍ଦିରର ଦର୍ଶନ କରିବା ପାଇଁ ଅନେକ ଭକ୍ତ ଆସିଥାନ୍ତି ଓ ତାରି ପାଖରେ ରହିଛି ଗୋଟିଏ କୋଚିଙ୍ଗ ସେଣ୍ଟର୍ ରହିଛି ଯୋଉଥରେ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ପାଖା ପାଖି ୧୫୦ ରୁ ଅଧିକ ପିଲା ପାଠ ପଢିବା ପାଇଁ ମଧ୍ୟ ଯାଆ ଆସ କରନ୍ତି ଓ ସେ ପାଖରେ ବସବାସ କରନ୍ତି କିଛି ପରିବାର ହେଲେ ରାସ୍ତାରେ ଏତେ ପାଣି ରହିବ ଦ୍ଵାରା ମଶା ମାଛି ଙ୍କ ପ୍ରାଦୁର୍ଭାବ ମଧ୍ୟ ବଢିଥାଏ ଆଉ ସବୁଠାରୁ ବଡ ଗୁରୁତ୍ଵପୂର୍ଣ୍ଣ କଥା ହଉଛି ଠିକ୍ ତାରି ସାମ୍ନାରେ ମଧ୍ୟ ରାସ୍ତା ଓ ଗୃହ ଉପବିଭାଜନ ଜେଇ ଙ୍କ ଅଫିସ, ହେଲେ କାହାରି ବି ନଜର ପଡୁନି ସେଠି , ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ସୁବିଧା ନଥିବାରୁ ଏପରି ଅସୁବିଧା ର ସମୁଖୀନ ହେଉଛନ୍ତି ଆଖ ପାଖ ଅଞ୍ଚଳବାସି । ଡ୍ରେନେଜ୍ ସୁବିଧା ପାଇଁ ସାଧାରଣରେ ଦାବି ହେଉଛି । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଏଠାରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ କାର୍ଯ୍ୟ ର ବ୍ୟବସ୍ଥା କେବେ କରାଯାଉଛି ।

LEAVE A REPLY

Please enter your comment!
Please enter your name here