ବରିଷ୍ଠ ପୁରୋହିତ ସୁରେନ୍ଦ୍ର ଶତପଥିଙ୍କ ପରଲୋକ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ବରିଷ୍ଠ ପୁରୋହିତ ସୁରେନ୍ଦ୍ର ଶତପଥିଙ୍କ ୮୮ ବର୍ଷରେ ପରଲୋକ ହୋଇଛି। ସେ ଅନ୍ତିମ ଦିନ ପର୍ଯ୍ୟନ୍ତ ବଜାର ସମେତ ଆଖପାଖ ଅଞ୍ଚଳରେ ବିଭିନ୍ନ କର୍ମକାଣ୍ଡ, ଗୃହ ପ୍ରତିଷ୍ଠା, ଶ୍ରାଦ୍ଧ, ଯଜ୍ଞାଦି ବ୍ରାହ୍ମଣ କର୍ମ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇ ସୁନାମ ଅର୍ଜନ କରିଥିଲେ । ସେ ଗତ ଗୁରୁବାର ଦିନ କିରିକୁଟୀର ଜଣେ ଜଜମାନ ଶ୍ରାଦ୍ଧ ପାଇଁ ବାଇକ୍ ଯୋଗେ ନେଉଥିବା ବେଳେ ସିର୍ତ୍ତିଗୁଡା ହାଇସ୍କୁଲ ଠାରେ ଖସିପଡ଼ି ଆହତ ହୋଇଥିଲେ । ତେବେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇ ଡାକ୍ତରଙ୍କ ଉଦ୍ୟମ ପରେ ମଧ୍ୟ ପରଲୋକ ହୋଇଥିଲା । ମୃତ୍ୟୁ ପରେ କର୍ମଭୂମି ଚଣା ପଦର ବାସସ୍ଥାନକୁ ଅଣା ଯାଇ ଦୁଇ ପୁଅ ଶିକ୍ଷକ ପ୍ରତାପ ଶତପଥି ଓ ସ୍ଵାସ୍ଥ୍ୟ କର୍ମୀ ପ୍ରଭାତ ଶତପଥି, ତିନି ଝିଅ ନିତମ୍ବିନି ,ଝୁନୁ ଓ ରାଜଲକ୍ଷ୍ମୀ ସମେତ ଭାଇ ବନ୍ଧୁ , ଜ୍ଞାତି କୁଟୁମ୍ବ ଉପସ୍ଥିତରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ବରିଷ୍ଠ ପୁରୋହିତଙ୍କ ବିୟୋଗରେ ଚଣା ପଦର ବାସିନ୍ଦା, କ.ନୂଆଗାଁର ବିଭିନ୍ନ ଅନୁଷ୍ଠାନ ଦୂର୍ଗାପୂଜା , ରାମେଶ୍ବର, ହନୁମାନ ମନ୍ଦିର ଓ ଜଗନ୍ନାଥ ମନ୍ଦିରର କର୍ମକର୍ତ୍ତା ସଦସ୍ୟ ସମେତ କୃଷ୍ଣ ମୋହନ ପାଣିଗ୍ରାହୀ, ଚିତ୍ତ ରଞ୍ଜନ ପାତ୍ର, ପ୍ରଭାତ କୁମାର ପାଣିଗ୍ରାହୀ, ରଞ୍ଜିତ କୁମାର ପଣ୍ଡା, ବିଜୟ କୁମାର ସାହୁ, ରାମଚନ୍ଦ୍ର ପାଢ଼ୀ, ଶ୍ରୀଧର ତ୍ରିପାଠୀ, ଶୁଶିଲ କୁମାର ପାତ୍ର, ସୁକାନ୍ତ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକଟ କରିବା ସହ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *