ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳ ଫାଣ୍ଡି ନିକଟସ୍ଥ କ୍ରିପଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷର ଶିକ୍ଷା ଦାନ ଆରମ୍ଭ କରାଯାଇଛି । ଶିକ୍ଷାଦାନର ପ୍ରଥମ ଦିନରେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ରେବେକା ଭଟାଚାର୍ଯ୍ୟ, ଉପଦେଷ୍ଟା ତଥା ମାର୍ଗ ଦର୍ଶକ କ୍ୟାପଟେନ ନବୀନ ଚନ୍ଦ୍ର ଶର୍ମା, ଅଧ୍ୟାପକ ନୀଳକଣ୍ଠ ଦାଶ, ନଳିନୀ କାନ୍ତ ପଣ୍ଡା ଓ କୋର୍ଡିନେଟର ତ୍ରିଲୋଚନ ସାବତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦାନ କରିବା ସହ ଉତ୍ତମ ଚରିତ୍ର ଗଠନ ଦିନରେ ସୁଚିନ୍ତିତ ମତ ଦେଇଥିଲେ ।
କ୍ରିପଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାଦାନ ଆରମ୍ଭ !!!

