ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କଥାରେ ଅଛି ଦୁହିତା ଦୁଇ କୁଳକୁ ହିତା । ଯଦି ଜଣେ ସ୍ତ୍ରୀ ଚାହିଁବ ଭଲ ଘରକୁ ଖରାପ ଏବଂ ଖରାପ ଘରକୁ ଭଲ କରିପାରିବ । ଆଉ ଯଦି ସ୍ବାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ କୁ ନେଇ ଅବିଶ୍ବାସ ଉଠେ ସେଠାରେ ସ୍ୱର୍ଗ ବି ନର୍କରେ ପରିଣତ ହୋଇପାରେ । ଏଠାରେ ଉଠିଛି ସ୍ବାମୀ ସ୍ତ୍ରୀ ସମ୍ପର୍କ କୁ ନେଇ ପ୍ରଶ୍ନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ବଡ଼ ମେଡ଼ିକାଲ ପରିସରରେ । ନିଜ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ସ୍ତ୍ରୀ ଓ ସମ୍ପର୍କୀୟ ଭାଇକୁ ମାଡ଼ ମାରିଛି ସ୍ବାମୀ । ଘଟଣାରୁ ପ୍ରକାଶ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ସଂପଡା ଗ୍ରାମ ର ପ୍ରଦୀପ ପରିଡ଼ା ଗ୍ରାମ ବାହାରେ ରହି କାମ କରନ୍ତି । କୈାଣସି ସୁତ୍ରରୁ ଖବର ପାଇଲେ ତାଙ୍କ ସ୍ତ୍ରୀ ର ସମ୍ପର୍କୀୟ ଭାଇଙ୍କ ସହ ପ୍ରେମ ସମ୍ପର୍କ ଅଛି । ଏ ବିଷୟରେ ଚାରି ଦିନ ତଳେ ଘରକୁ ଆସି ନିଜ ସ୍ତ୍ରୀ କୁ ପଚାରି ମାଡ଼ ମାରିଥିଲେ । ଗତ ଦୁଇଦିନ ତଳେ ପ୍ରଦୀପ ତାଙ୍କ ସ୍ତ୍ରୀ ଏବଂ ଶ୍ବଶୁର ମିଶି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ। ସେଠାରେ ଆସି ପହଁଚିଲେ ସମ୍ପର୍କୀୟ ଭାଇ । ମେଡିକାଲ ପରିସରରେ ପ୍ରଦୀପ ନିଜ ସ୍ତ୍ରୀ ଏବଂ ସମ୍ପର୍କୀୟ ଭାଇ କୁ ଦେଖି ସମ୍ପର୍କୀୟ ଭାଇ ଙ୍କୁ ମାଡ଼ ମାରିବା ସହିତ ଶ୍ବଶୁର ଏବଂ ସ୍ତ୍ରୀ କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଏହି ସମୟରେ ଖବର ପାଇ ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା ଚଳାଇଥିବା ସାଧାରଣ ରେ ଆଲୋଚନା ହେଉଛି । କିନ୍ତୁ ପ୍ରଦୀପ ର ସ୍ତ୍ରୀ ନିଜ ସ୍ବାମୀଙ୍କୁ ସବୁ ଭୁଲ୍ ଦେବା ସହିତ ଘରକୁ ନଯାଇ ନିଜ ସମ୍ପର୍କୀୟ ଙ୍କ ଘରେ ରହିଥିବା ଉପସ୍ଥିତ ଲୋକ ମାନଙ୍କ ଆଲୋଚନା ରୁ ଜଣାପଡିଛି ।
ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ସ୍ତ୍ରୀ ଓ ସମ୍ପର୍କୀୟ ଭାଇକୁ ମାଡ଼ !!!

