ଚିଲିକାରେ ଲଗାଣ ବର୍ଷା ଯୋଗୁଁ ଅକଥନୀୟ ଅବସ୍ଥା : ୧୦ ପରିବାର ଜଳ ବନ୍ଦୀ ସହିତ ଖାଦ୍ୟ ସାମଗ୍ରୀ ନଷ୍ଟ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲଗାଣ ବର୍ଷା ଯୋଗୁଁ ଆତଙ୍କିତ ଲୋକେ, କିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ଚାରିଆଡେ ଅନେକ ସମସ୍ୟା ଦେଖା ଯାଉଥିବା ବେଳେ ନଇରି ପଂଚାୟତ ୧୧ ନଂ ୱାର୍ଡ ଗଙ୍ଗା ଯମୁନା ସାହି ର ପାଖାପାଖି ୧୦ ପରିବାର ଜଳବନ୍ଦୀରେ ରହିବା ସହିତ ଖାଦ୍ୟ ନପାଇ କାଟିଲେ ଦିନ । ଗତ କାଲି ରାତି ସାରା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବାରୁ ବିଳମ୍ବିତ ରାତ୍ରରେ ହଠାତ୍ ପଶିଥିଲା ଘରେ ପାଣି , ପାଣି ପଶିବାରୁ ଲୋକେ ଆତଙ୍କିତ ହେବା ସହିତ ଘର ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ । ହେଲେ ସକାଳୁ ଦେଖିଲା ବେଳକୁ ଘରେ ସମସ୍ତ ଆସବାବ ନଷ୍ଟ ହୋଇ ଯାଇଥିବା ବେଳେ ଧାନ ଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି . ଖବର ପାଇବା ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଆସି ଜଳ ନିଷ୍କାସନ କରୁଥିବା ବେଳେ ଆରଆଇ ଦେଖିଦେଇ ଚାଲିଗଲେ , କିନ୍ତୁ କୌଣସି ସହାୟତା ମିଳି ପାରିଲା ନାହିଁ । ସ୍ଥାନୀୟ ସରପଞ୍ଚ କବିତା ବେହେରା ଏହାକୁ ଅଣଦେଖା କରିଥିବା ନେଇ ଅଭିଯୋଗ କରିଛନ୍ତି ଜଳବନ୍ଦୀ ରେ ରହିଥିବା ପରିବାର ଲୋକେ ।

Leave a Reply

Your email address will not be published. Required fields are marked *