ଜରିପଡ଼ା ଜଗନ୍ନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଳମ୍ଭରେ ଆସୁଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି !!!

0
194

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତିଦିନ ଭଳି ସ୍କୁଲର ଶିକ୍ଷକ , ଶିକ୍ଷୟତ୍ରୀ ଆସୁଥିଲେ ବିଳମ୍ଭରେ . କିନ୍ତୁ ଆଜି ଧରା ପଡ଼ିଗଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ସ୍ୱାଇଁ । ଖାଲି ସେତିକି ନୁହେଁ ଧୀରେ ଧୀରେ ଖୋଲିଛି ଆହୁରି ଅଛି କେତେ ଗୁମର । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ଜରିପଡ଼ା ଗ୍ରାମ ପଞ୍ଚାୟତରେ ଥିବା ଜଗନ୍ନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍କୁଲର ଅଭିଯୋଗ ଆଣିଲେ ଅଭିଭାବକ ଓ ସ୍କୁଲର କମିଟି ମେମ୍ଭର । ଜଗନ୍ନାଥପୁର ସ୍କୁଲରେ ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ମୋଟ ୧୨୦ ପିଲା ପାଠ ପଡ଼ୁଛନ୍ତି । ବିଳମ୍ଭରେ ଆସୁଥିବା ନେଇ ମୋବାଇଲରେ ଭିଡ଼ିଓ କରି ପଚାରିବାରୁ କମିଟି ମେମ୍ବର ଓ ଅଭିଭାବକଙ୍କୁ ଧମକ ଦେଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତୁଳସୀ ସ୍ବାଇଁ । ଆଜି ଜୁଲାଇ ୨୦ ତାରିଖରେ ଦୁଇ ଶିକ୍ଷୟତ୍ରୀ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ବିନା ଦରଖାସ୍ତରେ ନେଇଛନ୍ତି ଛୁଟି । ଜଗନ୍ନାଥପୁର ସ୍କୁଲର ବିଭିନ୍ନ କାର୍ୟ୍ଯ ଚାଲୁଥିଲେ ମଧ୍ୟ କମିଟି ମେମ୍ବରଙ୍କୁ ନ ଜଣାଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତୁଳସୀ ସ୍ୱାଇଁ ଓ ସ୍କୁଲର ଚେୟାରମ୍ୟାନ ପ୍ରଭାକର ବେହେରା ମିଳିତ ଭାବେ ଏସବୁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କଲେ କମିଟି ମେମ୍ବର । ଏହି ସ୍କୁଲର ପାଣି ଓ ବିଜୁଳି ସମସ୍ୟା ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇ ପାରିନାହିଁ ।

LEAVE A REPLY

Please enter your comment!
Please enter your name here