ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର !!!

0
254

Loading

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ଥାନା ଅନ୍ତର୍ଗତ ପଦନପଡା ଗ୍ରାମ ର କଟକଣା ଶ୍ମଶାନ ରେ ଥିବା ବରଗଛ ରେ ସ୍ଥାନୀୟ ଅଞ୍ଚଳ ଜଣେ ଅଠର ବର୍ଷୀୟ ଯୁବକ ବେକ ରେ ରଶି ଲଗାଇ ଝୁଲିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଙ୍କ ନାମ ଧନେଶ୍ୱର ଜେନା ଜଣା ପଡିଥିବl ବେଳେ ସ୍ଥାନୀୟ ଅଞ୍ଚଳ ରେ ପଦନପଡlର ବୋଲି ଜଣା ପଡିଛି । ଆଜି ସକାଳୁ ସ୍ଥାନୀୟ ଶ୍ମଶାନ ଦେଇ କିଛି ଲୋକ ଯିବା ସମୟରେ ଧନେଶ୍ୱର ଙ୍କ ମୃତଦେହ ବରଗଛ ଡାଳ ରେ ଝୁଲି ରହିଥିବାର ଦେଖିଥିଲେ । ଏ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ସରପଞ୍ଚ ଖବର ପାଇ ଡେରlବିଶ ଥାନା କୁ ଅବଗତ କରାଇଥିଲେ । ଡେରାବିଶ ପୋଲିସ ଘଟଣା ସ୍ଥଳ ରେ ପହଂଚି ଧନେଶ୍ୱର ଙ୍କ ଶବକୁ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ । ତେବେ ସୂଚନା ମୁତାବକ ଧନେଶ୍ୱର ଗତକାଲି ରାତିରେ ସାଙ୍ଗ ମାନଙ୍କ ସହ ବଣଭୋଜି କରିବାକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ଆଜି ସକାଳୁ ତାଙ୍କ ଶବ ଝୁଲୁଥିବା ଖବର ପାଇ ଘର ଲୋକେ ଘଟଣା ସ୍ଥଳ ରେ ପହଂଚିଥିଲେ । ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବl ପରେ ତଦନ୍ତ ଆହୁରି ଆଗେଇବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here