ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗାଁ କୁ ରାସ୍ତା ନଥିବା ରୁ ଯାଇ ପାରିଲାନି ଆମ୍ବୁଲାନ୍ସ ! ରୋଗୀ ଙ୍କୁ ଦୁଇ କିମି ଏକ ଖଟିଆ ରେ ଭାର କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ! ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଛାଡେୟାପଲ୍ଲୀ ପଞ୍ଚାୟତ ର ମୁଜୁରୁବାଡ଼ି ଗ୍ରାମ ର କିଶୋର ଚନ୍ଦ୍ର କହ୍ନର ଙ୍କ ପତ୍ନୀ ସେବତୀ କହ୍ନର କିଛି ଦିନ ହେବ ଜ୍ୱର ରେ ଆକ୍ରାନ୍ତ ହୋଇଥିଲେ , ତେବେ 108 କୁ ଫୋନ ଯୋଗେ ଡକାଇଥିଲେ . ହେଲେ ଗାଁ କୁ ରାସ୍ତା ନଥିବା ରୁ ଦୁଇ କିମି ଦୂର ରେ ଆମ୍ବୁଲାନ୍ସ ଟି ରହିଥିଲା ! ଆମ୍ବୁଲାନ୍ସ ଡ୍ରାଇଭର ରାକେଶ ମହାନ୍ତି ହେଲେପର ରତ୍ନାକର ମହାନ୍ତି ଏବଂ EMT ସୁଧାଂଶୁ ଶେଖର ଯାନୀ ଚାଲି ଚାଲି ଗାଁ ରେ ପହଂଚିଥିଲେ ! ପରେ ଖଟିଆ କରି ଭାର ରେ ବୋହିକି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ . ପରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ! ବଡ଼ କଥା ହେଉଛି ରାଜ୍ୟ ରେ ଯୋଜନା ପରେ ଯୋଜନା ମାନ ହେଉଛି ବୋଲି ନେତା ମାନେ ବାହାସ୍ଫୋଟ ମାରୁଥିବା ବେଳେ ବାସ୍ତବ ଚିତ୍ର କୁ ଦେଖିଲେ ଅନୁମେୟ ଯେ କେତେ ଉନ୍ନତି କରିଛି ଦଶପଲ୍ଲା .
ଦଶପଲ୍ଲା ରେ ବିକାଶ ମାନଚିତ୍ର : ଗାଁ କୁ ଗଲାନି ଆମ୍ବୁଲାନ୍ସ , ଦୁଇ କିମି ଭାରରେ ବୁହାହେଲେ ରୋଗୀ !!!

