ନାଚୁଣି ମହାବିଦ୍ୟାଳୟରେ ବନ ମହୋତ୍ସଵ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନାଚୁଣି ମହାବିଦ୍ୟାଳୟ ପରିସର ରେ ବନ ମହୋତ୍ସଵ କାର୍ଯ୍ୟକ୍ରମ ସୁରୁଖୁରୁ ରେ ଅନୁଷ୍ଠିତ ହେଇଯାଇଛି । ଏହା ଜାତୀୟ ସେବା ଯୋଜନା + ୩ ର ଜଗନ୍ନାଥ ଆଚାର୍ଯ୍ୟ ,+ ୨ ର ଅଜିତ କୁମାର ଦାସ ଏବଂ ଯୁବ ରେଡକ୍ରସ ର ଚାନସଲର ବିଜୟ ଶତପଥି ଙ୍କ ନେତୃତ୍ୱ ତଥା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ସହାୟତା ରେ ସମ୍ପାଦିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନାନାବିଧ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଜଗନ୍ନାଥ ଆଚାର୍ଯ୍ୟ ସମାଜ ରେ ବୃକ୍ଷ ର ସର୍ବଶ୍ରେଷ୍ଠ ଭୂମିକା ସମ୍ପର୍କ ରେ ଅବଗତ କରାଇଥିଲେ ଏବଂ ଅଜିତ କୁମାର ଦାସ ବୃକ୍ଷ ର କିପରି ଯତ୍ନ ନିଆଯାଏ ଏବଂ ଏହା ଆଗକୁ କିପରି ମନୁଷ୍ୟ ର ପରମ ବନ୍ଧୁ ରୂପେ ଉପକାର କରିଥାଏ ତାହାର ଜ୍ଵଳନ୍ତ ନିଦର୍ଶନ ପ୍ରତିପାଦନ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଭିତରେ ଶୁଭମ ତ୍ରିପାଠୀ ,ବାଦଲ ସୁବୁଦ୍ଧି , ଜୀବନ ମହାପାତ୍ର, ସଂଗ୍ରାମ ସେଠୀ, ଶୁଭଶ୍ରୀ ପୃଷ୍ଟି, ଗାୟତ୍ରୀ ଦାସ ,ଜସ୍ମିନ ଚାନ୍ଦ ଇତ୍ୟାଦି ଯୋଗଦାନ ଦେଇ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *