ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ବିଜେପି ତରଫରୁ ଏକ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି . ପ୍ରକାଶ ଥାଉକି ଭାରତର ମହାମହିମ ରାଷ୍ଟ୍ରପତି ଗାଦିରେ ଜଣେ ନମ୍ର, ମିଷ୍ଟଭାଷୀ ଓ ଆଦିବାସୀ ମହିଳାଙ୍କୁ ଦେଶ ତାର ଗଣତାନ୍ତ୍ରିକ ଭିତିରେ ସର୍ବୋଚ୍ଚ ଗାଦିରେ ଅଳଂଙ୍କୃତ କରିଥିବାରୁ, ଏହାକୁ ଏକ ବୃହତ ବିଜୟ ସ୍ୱରୂପ ନିଶ୍ଚିନ୍ତକୋଇଲି ବିଜେପି ପାଳନ କରିଛି . ଦେଖିବାକୁ ମିଳିଥିଲାକି ନିଶ୍ଚିନ୍ତକୋଇଲି ଅଞ୍ଚଳର ବିଜେପି କର୍ମୀମାନେ ବଉଳ ବଜାରରୁ ଏକାଠି ହୋଇ ନିଶ୍ଚିନ୍ତକୋଇଲି ମେଡିକାଲ ଛକ ପର୍ଯ୍ୟନ୍ତ ଏକ ପଟୁଆରରେ ଯାଇଥିଲେ, ଯେଉଁଥିରେ ବାଜା ଓ ବାଣ ସାମିଲ କରି, ପରିବେଶକୁ କିଛି ସମୟ ପାଇଁ ଉତ୍ସବ ମୁଖରିତ କରି ଦେଇଥିଲେ . ଖବର ଅନୁଯାୟୀ ମହାମହିମ ରାଷ୍ଟ୍ରପତି ପଦବୀରେ ଶ୍ରୀମତୀ ମୁର୍ମୁ ସର୍ବାଧିକ , ପାଞ୍ଚ ଲକ୍ଷ ସତସ୍ତରି ହଜାର, ସାତଶହ ଛସ୍ତରୀ ମୂଲ୍ୟର ଭୋଟ ପାଇ କେବଳ ଓଡିଶା ନୁହେଁ ବରଂ ସାରାଦେଶ ପାଇଁ ଗୌରବାନ୍ୱିତ ହୋଇଛନ୍ତି . ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା .