ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାଲିଆପାଳ ରେଲୱେ ପୋଲ ତଳୁ ଯୁବକ ଙ୍କ ମୃତଦେହ ଉଦ୍ଧାର । ସୂଚନା ମୁତାବକ ମୃତ ଯୁବକ ଝାଡ଼ଖଣ୍ଡ ପୁର୍ଲିଆ ଜିଲ୍ଲା ପୁରୁଲିଆ ଥାନା ଅନ୍ତର୍ଗତ ସାଧୁଆ ଢଙ୍ଗ ଗ୍ରାମର ଧିରେନ୍ ମହାତ । ସେ ସୁକିନ୍ଦା ଅନୁଗୋଳ ଡ଼ୁବୁରୀ ରେଳପଥ ନିର୍ମାଣ ପାଇଁ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଦୁଇଦିନ ହେବ ନିଖୋଜ ଥିଲେ । ଆଜି ସକାଳୁ ବାଲିଆପାଳ ରେଲୱେ ପୋଲ ତଳେ ଧିରେନଙ୍କ ମୃତ ଦେହ ଦେଖି ସ୍ଥାନୀୟ ଲୋକେ କଳିଙ୍ଗନଗର ଥାନା କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ କଳିଙ୍ଗନଗର ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।