ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିଜର ଛୋଟ ମୋଟ ପାରିବାରିକ କଳହକୁ ନେଇ ଲୋକମାନେ ନେତା ମନ୍ତ୍ରୀ ଙ୍କ ନାମ ଧରିବାକୁ ମଧ୍ୟ ପଛାଉ ନାହାନ୍ତି । ନେତା ମନ୍ତ୍ରୀ ଙ୍କ ଛତ୍ର ଛାୟା ତଳେ ରହି ବୁଢ଼ାବୁଢ଼ୀ ଙ୍କୁ ମଧ୍ୟ ହଇରାଣ ହରକତ କରୁଛନ୍ତି ଗାଁ ଗହଳି ର କୁଜି ନେତା ମାନେ । ଏପରି ଏକ ଘଟଣା ସାମନାକୁ ଆସି ପହଞ୍ଚିଛି ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗିରିଡିପଲ୍ଲୀ ପଞ୍ଚାୟତ ଧ.ଝୋଲା ଗ୍ରାମରୁ । ଗ୍ରାମର ଜଣେ ବୃଦ୍ଧା ଙ୍କର ସବୁ ପୁଅ ଦାଦନ ଖଟିବାକୁ ଯାଇଛନ୍ତି । ଗାଁ ର କୁଜି ନେତା ପାରିବାରିକ ରାଗ ରଖି ହଇରାଣ କରୁଛନ୍ତି ବୃଦ୍ଧା ଙ୍କୁ । କହିଲେ କହୁଛନ୍ତି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ମୋ ହାତରେ , କଣ କରିବୁ କରେ । ଖବର ପାଇ ବାପା ମା ଙ୍କ ପାଖରେ ପୁଅ ପହଞ୍ଚିଲା ପରେ ମଧ୍ୟ ପୁଅକୁ ହତ୍ୟା ଓ ମିଥ୍ୟା କେଶ ରେ ଫସାଇ ଦେବାର ଧମକ । ଫଳରେ ପୁଅ ମଧ୍ୟ ଲୁଚି କରି ରହୁଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି କେଶ ଆଗାମୀ ଦିନରେ ବିଶାଳ ରୂପ ଧରିପାରେ । ଏହି ପାରିବାରିକ କେଶ ପ୍ରତି ପୋଲିସ ଧ୍ୟାନ ଦେଲେ ଏହାର ସମାଧାନ ହୋଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।