ନବ ନିର୍ବାଚିତ ସରପଞ୍ଚ ମାନଙ୍କ ତୃତୀୟ ପର୍ଯ୍ୟାୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ !!!

0
167

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ପରିଷଦ , ଗଜପତିର ମିଳିତ ଆନୁକୂଲ୍ୟରେ ୫ ଦିନ ଧରି ଚାଲିଥିବା ସରପଞ୍ଚ ମାନଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଡି.ଆର.ଡି.ଏ ର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର କର (ଦକ୍ଷତା ବିକାଶ ) ଉଦଘାଟନ ଉତ୍ସବରେ ଯୋଗଦେଇ ପାଞ୍ଚ ଦିନିଆ ତାଲିମ ଉଦ୍ଦେଶ୍ୟ ଓ ଏହାକୁ କିପରି ସମସ୍ତଙ୍କ ସହଯୋଗରେ କରାଯିବ ଓ ପଞ୍ଚାୟତକୁ ଏକ ସଶକ୍ତ ପଞ୍ଚାୟତ ଓ ସଶକ୍ତ ଓଡିଶା ଗଠନ କରିବାରେ ସରପଞ୍ଚଙ୍କ ଭୁମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶେଷ ପର୍ଯ୍ୟାୟ ତଥା ଗତ ୧୮ ତାରିଖ ଠାରୁ ୨୨ ତାରିଖ ୫ ଦିନ ଧରି ଦୁଇଟି ପଞ୍ଚାୟତ ସମିତି ଯଥା : ମୋହନା ଓ କାଶୀନାଗର ୪୫ ଜଣ ସରପଞ୍ଚ ଆବାସିକ ତାଲିମରେ ଯୋଗଦେଇ ପ୍ରଶିକ୍ଷଣରେ ଭାଗ ନେଇଥିଲେ । ଏଥିରେ ତାଙ୍କର ଦକ୍ଷତା ବୃଦ୍ଧି ତାହା ସହିତ ପଞ୍ଚାୟତର ବିଭିନ୍ନ ଯେଉଁ କାର୍ଯ୍ୟକ୍ରମ ରହିଛି ତାହାରି ଉପରେ ତାଲିମ ଦିଆଯାଇଥିଲା ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯେଉଁ ଯୋଜନା ରହିଛି ତାହା କେମିତି ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚିବ ତାହାରି ଉପରେ ତାଲିମ ଦିଆଯାଇଥିଲା । ଉକ୍ତ ତାଲିମରେ ତାଲିମଦାତା ଭାବେ ସନାତନ ଚୌଧୁରୀ ଓ ସୁନିଲ ପାତ୍ର , ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସ୍ୱୀକୃତି ପ୍ରାପ୍ତ ତାଲିମ ଦାତା ୫ ଦିନ ଉକ୍ତ ତାଲିମକୁ ପରିଚାଳନ କରିଥିଲେ । ତାଲିମରେ ମୁଖ୍ୟ ବିଷୟ ବସ୍ତୁ ଥିଲା ପଞ୍ଚାୟତିରାଜ ବ୍ୟବସ୍ଥା , ୭୩ତମ ସମ୍ବିଧାନ ସଂଶୋଧନ , ସଶକ୍ତ ଗ୍ରାମ ସଭା ଓ ପଲ୍ଲୀ ସଭା , ମୋ ସରକାର ୫-ଟି , ଗ୍ରାମ ପଞ୍ଚାୟତର ଆର୍ଥିକ ବ୍ୟବସ୍ଥା , ସ୍ଥାୟୀ କମିଟି , ଅର୍ଥ ଆୟୋଗ ଅନୁଦାନ , ଗ୍ରାମପଞ୍ଚାୟତ ବିକାଶ ଯୋଜନା ସହ ସରକାରଙ୍କ ୧୧ ଟି ବିଭାଗର ଦାୟୀତ୍ବରେ ଥିବା ଅଧିକାରୀ ଆସି ବିଭିନ୍ନ ବିଭାଗର ଯୋଜନା , କାର୍ଯ୍ୟକ୍ରମ , ପଞ୍ଚାୟତ ଓ ସରପଞ୍ଚ ସମନ୍ଵୟରେ କିପରି କାର୍ଯ୍ୟକ୍ରମ ଗୁଡିକ ପ୍ରସାର ହୋଇପାରିବ ଆଲୋଚନା ତଥା ପ୍ରଶିକ୍ଷଣ ବା ତାଲିମ ଦିଆଯାଇଥିଲା । ଶେଷରେ ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here