ଲଗାଣ ବର୍ଷା ପରେ ବନ୍ୟା ରେ ବାଙ୍କୀ ଉପଖଣ୍ଡ ଅବସ୍ଥା ବେହାଲ !!!

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ଚଳିତ ବର୍ଷର ଲଗାଣ ବର୍ଷା ପରେ ଏବେ ଦୁଇ କୁଳକୁ ଛୁଇଁ ବହୁଛି ମହାନଦୀ . ମହାନଦୀର କରାଳ ରୁପ ଦେଖିଲେ ଲାଗୁଛି ସତେ ଯେମିତି ବର୍ଷ ବର୍ଷର ଭୋକିଲା ପେଟ ପୁରାଇବାକୁ ଅନେଇ ବସିଛି । ବାଙ୍କୀ ଉପଖଣ୍ଡର ପଶ୍ଚିମ ବାଙ୍କୀର ବହୁ ଗ୍ରାମ ବାଙ୍କୀ ସଦର ମହକୁମା ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ପାଥପୁର, ବରପୁଟ, ବହ୍ମପୁରା , କୁରୁମୁପଡା, ବୈଦେଶ୍ୱର, ରାମଚନ୍ଦ୍ରପୁର , ଗୋପାଳପୁର, ସାହାଡାପଦା, ସୁବର୍ଣ୍ଣପୁର ଭଗିପୁର, କଇଁମୁଣ୍ଡି ,ବାଙ୍କୀ ଠାରୁ କଟକ ଓ ଭୁବନେଶ୍ବର ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବାଙ୍କୀର ୭୦ ପ୍ରତିଶତ ଚାଷ ଜମି ପାଣିରେ ବୁଡି ଯାଇଛି । ଗାଁ ଗଣ୍ଡା ପାଣିରେ ଦୁଇ ଦିନ ଧରି ବୁଡି ରହିଥିବା ବେଳେ ଆଉ ପ୍ରାୟ ଏକ ସପ୍ତାହ ବୁଡି ରହିବାର ସମ୍ଭାବନା ରହିଛି । ଧାନ ଫସଲ ସହିତ ବିଭିନ୍ନ ପନିପରିବା କଖାରୁ, ବାଇଗଣ, କଲରା, କାକୁଡି , ଝୁଲଣ ଆଦି ନଷ୍ଟ ହୋଇ ଯାଇଛି . ବାଙ୍କୀରୁ କଟକ, ଭୂବନେଶ୍ବର, ଅନୁଗୁଳ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାକୁ ପନିପରିବା ପଠାଯାଉଥିଲା ଏବଂ ବାଙ୍କୀ ବାସୀ ରାଜ୍ୟ ବାହାରୁ କିଛି ପରିବା ଆଣୁଥିବା ବେଳେ କିଛି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ବାଙ୍କୀ ରେ ଚାଷୀ ମାନଙ୍କର ସମବାୟ ସମିତି ରୁଣ କେବଳ କାଗଜପତ୍ରରେ ଚାଲେ , ତେବେ ପଶ୍ଚିମ ବାଙ୍କୀ କୃଷକ ପରିଷଦ ପକ୍ଷରୁ ଦାବି ହୋଇଛି ଚାଷୀ ମାନଙ୍କୁ ରବି ଫସଲ ପାଇଁ ଅର୍ଥରେ ବିହନ ଓ ସାର ଯୋଗାଇବା ସହିତ ତାଙ୍କ ପରିବାର ଚଳିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ । ଲୋକମାନେ ତଳିଆ ଅଞ୍ଚଳରୁ ଘରଦ୍ବାର ଛାଡି ବଞ୍ଚିବା ପାଇଁ ପ୍ରୟାସ କରୁଛନ୍ତି । ସରକାରଙ୍କ ତରଫରୁ ହୋଇଥିବା ପ୍ରସ୍ତୁତି କେବଳ ଲୋକ ଦେଖାଣିଆ ହୋଇଥିବା ବେଳେ ବାଙ୍କୀରେ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । ଛତିଶଗଡ ସହିତ ଓଡିଶା ଜଳ ବିବାଦ ଲୋକ ମାନଙ୍କୁ ବୁଝାଇ ଦେଇଥିଲା ଯେ , ମହାନଦୀର ଜଳରେ ଓଡିଶା ବାସୀଙ୍କର କୌଣସି କ୍ଷତି ହେବ ନାହିଁ । ଚଳିତ ବର୍ଷର ବନ୍ଯା ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛି । ମୃତ୍ତିକା ସଂରକ୍ଷଣ ବିଭାଗର ନିଷ୍କ୍ରିୟତା ପାଇଁ ମହାନଦୀର ଗର୍ଭ ଦିନକୁ ଦିନ ଘାଟି ହୋଇଯାଇଛି ଏବଂ ମହାନଦୀ ସଙ୍କୁଚିତ କରି ସହର ଗଢି ଉଠିଥିବା ବେଳେ ତାହାର ଚାପ କଟକ ସହରର ତଳ ପାର୍ଶ୍ବର ବାଙ୍କୀ ଅଞ୍ଚଳରେ ବିପଦ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *