କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ସ୍ୱାଧୀନତା ଦିବସରେ ଚମତ୍କାର ଭାବେ ଭାଷଣ ଦେଇ ପ୍ରଥମ ସ୍ଥାନ ଅଧିକାର କଲେ ୫ ବର୍ଷର କୁନି ଝିଅ । କଳାପଥର ଗ୍ରାମର ଜିତେନ୍ଦ୍ର କୁମାର ସାହୁ ଙ୍କ ଝିଅ ଜେପି ପ୍ରଲିପ୍ତା , ବୟସ (୫ବର୍ଷ) । ସେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଠଣାପଲ୍ଲୀ ଜାଭିୟର ସ୍କୁଲରେ ୟୁକେଜି ଶିକ୍ଷାଲାଭ କରୁଛନ୍ତି । ସ୍ବାଧୀନତା ଦିବସ ପାଳନ ଅବସରରେ ବୟସର ତାରତମ୍ୟକୁ ଏଡାଇ ଅତି ନିକ୍ଷୁଣ ଭାବେ ଭାଷଣ ଦେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ୫ ବର୍ଷର ଏହି କୁନି ଝିଅ । ଝିଅଟିର ଏପରି ପ୍ରତିଭା କୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

