କୃପାଳୁ ଶିଶୁ ସାହିତ୍ୟ ଆସର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ‘କୃପାଳୁ ଶିଶୁ ସାହିତ୍ୟ ଆସର’ ବିଦ୍ୟାଳୟ ଛୁଟି ଦିନ ମାନଙ୍କରେ ଭ୍ରମ୍ୟମାଣ କରି ସେଠାରେ ଥିବା ପିଲାମାନଙ୍କୁ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରାଉଛି l ଆଜି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଏହି କାର୍ଯ୍ୟକ୍ରମ କରାଯାଇଛି l ଏଥିରେ ଡ଼ଃ ମାର୍ମୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ କେନ୍ଦ୍ରର ଶିଶୁ ପପୁନ ମହାରଣା ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ବକୃତା ପ୍ରତିଯୋଗିତା ଜିଲ୍ଲା ସ୍ତରରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟରେ ଅଂଶ ଗ୍ରହଣ କରିଥିବାରୁ ସ୍ଥାନୀୟ ଆପନ୍ନା ପରିଛା ସଂସଦ ପ୍ରକାଶିତ ପ୍ରଜ୍ଞା ପୁରୁଷ ଆପନ୍ନା ପରିଛା ବହି ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି l ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *