ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତ ର ନୂଆ କେକେସିଂ ଗ୍ରାମ ର ପ୍ରଭାକର ପାଣି ଙ୍କ ପରିବାର ରେ ସେ ନିଜେ ,ତାଙ୍କ ସ୍ତ୍ରୀ ଓ ଘରେ ଏକ ମାତ୍ର ରୋଜଗାରିଆ ପୁଅ ଅସୁସ୍ଥ ଅବସ୍ଥାରେ ଥିବା ଖବର ସାସଂଦ ଚନ୍ଦ୍ର ଶେଖର ସାହୁ ଶୁଣି ତୁରନ୍ତ କିଛି ଆର୍ଥିକ ( ଦଶ ହଜାର ଟଙ୍କା ) ସହାୟତା ପ୍ରଦାନ କରିଛନ୍ତି . ଏହା ସହିତ ବ୍ଲକ ଓ ଜିଲ୍ଲା ପ୍ରଶାସନ ଙ୍କୁ ତୁରନ୍ତ ପଦକ୍ଷେପ ନେବା କୁ କହିଛନ୍ତି । ସାସଂଦ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ଗୁମ୍ମା ବ୍ଲକ ଅଧକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ସାସଂଦ ପ୍ରତିନିଧି ବିମଳ ଦଳେଇ, ସୁଜିତ ଦାଶ ଓ ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ଭାସ୍କର ଚନ୍ଦ୍ର ସାହୁ , ଯୋଗାଣ ଅଧିକାରୀ ଶୁଭଶ୍ରୀ ଜେନା, ଗ୍ରାମ ସେବକ କରୁଣାକର ଭୂୟାଁ, ସରପଞ୍ଚ ଜହନ ମଣ୍ଡଳ ,ଉପେନ୍ଦ୍ର ମାଛ ପହଁଚି ଚାଉଳ ଓ କିଛି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ଏବଂ ଆଉ କିଛି ଅଧିକା ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି .

