ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାସି ବୃଦ୍ଧ ମୃତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ ଗାଧୋଉଥିବା ବେଳେ ନଦୀ ରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ମୁଣ୍ଡିଗଡ଼ ଗାଁ ର ରାଇସିଂ ପାତ୍ର l ମୁଣ୍ଡିଗଡ଼ ଗାଁ ର ରାଇସିଂ ଶନିବାର ନଦୀ ତୁଠ କୁ ଗାଧେଇବାକୁ ଯାଇଥିଲେ । ହଠାତ ନଦୀରେ ପାଣିର ମାତ୍ରା ବଢ଼ି ଯାଇଥିଲା । ସେ ପାଣି ରୁ ବାହାରି ନ ପାରି ନଦୀ ରେ ଭାସି ଯାଇଥିଲେ l ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ସନ୍ଧାନ ମିଳି ନଥିଲା l ରବିବାର ସକାଳେ ଗାଧୁଆ ଘାଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ରାହୁଲ ନଦୀ ର କୁନ୍ଦଲି ଦର ନାମକ ଘାଟ ରେ ତାଙ୍କ ମୃତଦେହ ଅଟକି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଗ୍ରାମବାସୀ ମୃତଦେହକୁ ଚି଼ହ୍ନଟ କରି ତୁମୁଡିବନ୍ଧ ପୋଲିସକୁ ଜଣାଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି l

Leave a Reply

Your email address will not be published. Required fields are marked *