କଟକ ବାଲିଯାତ୍ରା ରେ କନ୍ଧମାଳ ହଳଦୀର ଚାହିଦା ଅଧିକ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ହଳଦୀର ଚାହିଦା ସାରା ବିଶ୍ୱରେ ରହିଛି । ଜୈବିକ ପଦ୍ଧତିରେ ଚାଷ ହୋଉଥିବା ଏହି ହଳଦୀ ବିଭିନ୍ନ ରୋଗକୁ ପ୍ରତିହତ କରୁଛି । ପୁନଶ୍ଚ ଏହା ଜି ଆଇ ଟ୍ୟାଗର ମାନ୍ୟତା ପାଇଥିବାରୁ ଏହାର ଚାହିଦା ଅଧିକା ରହିଥିବା କୁହାଯାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାରେ ଯେଉଁଠିବି ମେଳା ହୁଏ ସେଇଠି କନ୍ଧମାଳ ଜିଲା ପ୍ରସାଶନ ପକ୍ଷରୁ ହଳଦୀ ବିକ୍ରି ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବରୋଜଗାରକ୍ଷମ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଶୁଭଲକ୍ଷ୍ମୀ ଫୁଡ ଏଣ୍ଡ ସ୍ପାଇସେସ ପକ୍ଷରୁ କଟକ ବାଲିଯାତ୍ରା ପଡିଆରେ କନ୍ଧମାଳ ହଳଦୀର ଚାହିଦା ଅଧିକା ରହିଥିଲା ବୋଲି ମହିଳା ଗୋଷ୍ଠୀର ଝରଣା ସାହୁ କହିଛନ୍ତି । ଗୁରୁବାର ବାଲିଯାତ୍ରାର ଶେଷ ଦିନ ଥିବାରୁ ସର୍ବାଧିକ ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି । ଏଥିସହ କନ୍ଧମାଳର ଅଦା, ମହୁ, ତେନ୍ତୁଳି, ମସଲା ଜାତୀୟ ସାମଗ୍ରୀ ସହ ସୋରିଷ, ଛତୁଆ, ମାଣ୍ଡିଆ ଚୁନା ଆଦିର ମଧ୍ୟ ଚାହିଦା ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *