ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଦର୍ଶ ଶିକ୍ଷକ ଲଡୁ ସାହୁଙ୍କ ମହାପ୍ରୟାଣ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଏମ୍.ଇ ସ୍କୁଲ୍ ତଥା ବାନାମ୍ଵାର ଏକାଡେମୀ ଭୀମପୁରର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଲଡୁ କିଶୋର ସାହୁଙ୍କ ଆଜି ଦିବା ୧୧ ଘଟିକା ସମୟରେ ନିଜ ବାସଭବନ ଭୀମପୁର ଠାରେ ହୃଦଘାତରେ ପରଲୋକ ହୋଇଯାଇଛି । ଜଣେ ଆଦର୍ଶ, ମିଷ୍ଠଭାଷି, ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ଖୋର୍ଦ୍ଧା ଶିକ୍ଷା ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିଲେ । ପ୍ରତିବର୍ଷ ତାଙ୍କରି ପ୍ରଚେଷ୍ଟା ରେ ବିଦ୍ୟାଳୟରୁ ବହୁ ଦକ୍ଷ ବୃତ୍ତି ଧାରୀ ଛାତ୍ର ସୃଷ୍ଟି କରି ସେ ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରସଂଶିତ ହୋଇ ପାରିଥିଲେ । ଆଜି ତାଙ୍କର ବିୟୋଗ ଜନିତ ଖବର ପ୍ରଚାରିତ ହେବା ପରେ ଅଗଣିତ ଛାତ୍ରଛାତ୍ରୀ ତାଙ୍କ ଶବ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଲଡ଼ୁ ସାର ଅମର ରହେ ଧ୍ଵନୀରେ ପ୍ରକମ୍ପିତ କରିଥିଲେ । ଶେଷରେ ତାଙ୍କର ମରଶରୀରକୁ ବାନାମ୍ବର ଏକାଡ଼େମୀ ପରିସରକୁ ନିଆଯାଇ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଏକମାତ୍ର ପୁତ୍ର ଜିତେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ । ବାଣପୁର ମଣ୍ଡଳ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ବାଳ ମୁକୁନ୍ଦଦାସ, ଚିନ୍ତାମଣି ବାଳଚର ସେବାସଂଘ ତରଫରୁ ସଂଗ୍ରାମ ସାହୁ, ଅନନ୍ତ ସ୍ଵାମୀ କୃଷକ ସଂଗଠନ ତରଫରୁ ପ୍ରଦୀପ ସାହୁ, ଗାଲୁଆ ଗ୍ରାମପଞ୍ଚାୟତ ତରଫରୁ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକ , କୃଷ୍ଣଚନ୍ଦ୍ର ପାଠାଗାର ତରଫରୁ ଅଶୋକ ନନ୍ଦ, ବାନାମ୍ବର ଏକାଡ଼େମୀର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ପାତ୍ର, ଏମ.ଇସ୍କୁଲ ତରଫରୁ ସୁଷମା ଦାସ, ପୁରାତନ ଛାତ୍ରସଂଘର ସଂପାଦକ ସୁକାନ୍ତ କୁମାର ଜେନା ପ୍ରମୁଖ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରା ଯାଇଥିଲା ।
ଭୀମପୁର ଗ୍ରାମର ଆଦର୍ଶ ଶିକ୍ଷକ ଲଡୁ ସାହୁଙ୍କ ପରଲୋକ !!!

