ଅଦ୍ବୈତ ଫାଉଣ୍ଡେସନ ତରଫରୁ ମେଧା ସମ୍ମାନ କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ବାଙ୍କୀ ନିର୍ବାଚନ ମଣ୍ତଳୀରେ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ୩୬ ଜଣ ଛାତ୍ରଛାତ୍ରୀ ଏବଂ ୮ ଜଣ ପ୍ରଧାନଶିକ୍ଷକଙ୍କୁ ବାରଙ୍ଗ ଅଂଚଳର ଯୁବ ଅନୁଷ୍ଠାନ ଅଦ୍ବୈତ ଫାଉଣ୍ତେସନ ତରଫରୁ ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ଠାରେ ମେଧା ସମ୍ମାନରେ ସମ୍ମାନୀତ କରାଯାଇଛି । ଅନୁଷ୍ଠାନର ମହାସଚିବ ଯୁବ ସମାଜସେବୀ ନଳୀନ କୁମାର ରାୟଙ୍କ ଆବାହକତ୍ବରେ ଆୟୋଜିତ ସଂବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସାମ୍ବାଦିକ ବଳଭଦ୍ର ପଣ୍ଡା, ସମରେନ୍ଦ୍ର ମହାପାତ୍ର, ଦେବାଶିଷ ମହାନ୍ତି , ୩୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ ପ୍ରମୂଖ ଯୋଗ ଦେଇଥିଲେ ।ସମସ୍ତ ବିଦ୍ୟାର୍ଥୀଙ୍କୁ ଉତ୍ତରୀୟ ଏବଂ ଟ୍ରଫି ଦେଇ ଅତିଥି ମାନେ ସଂବର୍ଦ୍ଧିତ କରିଥିଲେ । ପିଲାମାନେ କିପରି ଭଲ ମଣିଷ ହୋଇ ଦେଶ ଜାତିର ନାମକୁ ଉଜ୍ବଳ କରି ପାରିବେ, ସେହି ବିଷୟରେ ଅତିଥି ମାନେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ବିଭିନ୍ନ ପ୍ରକାର ସତେତନ ଉଦାହରଣ ଦେଇଥିଲେ । ସମାଜସେବୀ ଅକ୍ଷୟ କୁମାର ସାମଲ, ପ୍ରକାଶ ପ୍ରଧାନ ଏବଂ ସୁବ୍ରତ କୁମାର ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ କବି ବଂଶିଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୁବାସ ଚନ୍ଦ୍ର ପାଢୀ , ବାଙ୍କୀ ବ୍କକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ବି.ଆର.ସି.ସି ପ୍ରଫୁଲ କୁମାର ବେହେରା ,ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା , ଯାମିନୀକାନ୍ତ ମହାପାତ୍ର , ସନାତନ ବେହେରା , ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର, ପ୍ରତାପ କୁମାର ନାୟକ , ଗୌରାଂଗ ବେହେରା ଉପସ୍ଥିତ ରହିଥିଲେ ।

 

Leave a Reply

Your email address will not be published. Required fields are marked *