ଅବକାରି ବିଭାଗ ଓ ପାରଳାଖେମୁଣ୍ଡି ପୁଲିସ ର ମିଳିତ ଚଢାଉ : ଜଣେ ଗିରଫ, ଦୁଇ ଅଟକ !!

0
194

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅବକାରି ବିଭାଗ ଓ ପାରଳାଖେମୁଣ୍ଡି ପୁଲିସ ର ମିଳିତ ଚଢାଉ ,ବେଆଇନ ମଦ ଚୋରା ଚାଲାଣ ସମୟରେ କାର ସହ ଜଣେ ଗିରଫ , ଏ ସଂକ୍ରାନ୍ତରେ ଅନ୍ୟ ଦୁଇ ଜଣ ଅଟକ ଥିବା ବେଳେ 80 ଲିଟର ମଦ ଜବତ ହୋଇଥିବାର ସୂଚନା ମିଳିଛି . ତେବେ ଚଢ଼ାଉ ସମୟରେ ଅଭିଯୁକ୍ତ ସହ ଧସ୍ତାଧସ୍ତି ଜଣେ ଆହତ ହୋଇଛନ୍ତି , ସୂଚନା ଅନୁସାରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ସିଙ୍ଗିପୁର ଠାରୁ ବେଆଇନ ଭାବରେ ଦେଶୀ ରନ୍ଧା ମଦ ଚୋରାଚାଲାଣ ହେଉଥିବାର ଖବର ପାଇ ଅବକାରି ବିଭାଗର ଏକ ସ୍ୱତନ୍ତ୍ର ଟିମ ଅପେକ୍ଷା କରି ରହିଥିଲେ । କାରର ପିଛା କରି ମଦ ମାଫିଆଙ୍କ ଘର ପାଖରେ ପହଞ୍ଚି କାର ତନଖି କରିବାକୁ ଚେଷ୍ଟା କରିବା ବେଳେ ଅବକାରି ଟିମ ଉପରେ ଆକ୍ରମଣ କରି ଖସି ପଳାଇବାରେ ସଫଳ ହୋଇଥିଲା ଅଭିଯୁକ୍ତ । ପରବର୍ତ୍ତୀ ସମୟରେ ସ୍ଥାନୀୟ ପୁଲିସ ଓ ଅବକାରି ବିଭାଗର ଅଧିକାରୀ ମାନେ ପହଞ୍ଚି କାରର ଡିକି ଭାଙ୍ଗି 80 ଲିଟର ମଦ ରହିଥିବା ଦେଖିବା ପରେ କାର ସହ ମଦ ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି , ଏହି ମାମଲାରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ଅବକାରି ବିଭାଗ ।

LEAVE A REPLY

Please enter your comment!
Please enter your name here