ଖରିଫ ଧାନ ସଂଗ୍ରହ ପାଇଁ ଚାଷି ପଞ୍ଜିକରଣ ନିମନ୍ତେ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାନ ସଂଗ୍ରହ ସକାଶେ ଚଳିତ ବର୍ଷ 2022-2023 ପାଇଁ ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷି ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ପ୍ରଚାର ସଚେତନତା ଅଭିଯାନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଖରିଫ ଧାନ ସଂଗ୍ରହ 1.11 2022 ଠାରୁ 31. 3 .2023 ମଧ୍ୟରେ ପରିଚାଳିତ ହେବ ।ଜିଲ୍ଲାରେ ଚାଷୀଙ୍କ ଫସଲ ଅମଳ ସମୟକୁ ଆଖି ଆଗରେ ରଖି ଖରିଫ ଧାନ କ୍ରୟ କରାଯିବ । ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି ପେକ୍ସ ବା ଲେମ୍ପ, ଏସ.ଏଚ.ଜି ପାଣି ପଞ୍ଚାୟତ ଆଗୁଆ ପଞ୍ଜିକରଣ କରିବାକୁ ଆବଶ୍ୟକତା ବୋଲି କୁହାଯାଇଛି । ଏହି ସଚେତନତା ରଥ ବିଭିନ୍ନ ଗ୍ରାମକୁ ଯାଇ ପଞ୍ଜିକରଣ ବିଷୟରେ ସଚେତନତା କରାଇବ । ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣର ଶେଷ ତାରିଖ ରହିଛି । ଦୁଇଟି ପ୍ରଚାର ରଥ ମଧ୍ୟରୁ ଗୋଟିଏ ପ୍ରଚାର ରଥ ଜିଲ୍ଲାର କାଶୀ ନଗର ବ୍ଳକ, ଗୁମ୍ମାବ୍ଳକ ଓ ଗୋଶାଣି ବ୍ଳକରେ ପ୍ରଚାର କରିବା ବେଳେ ଅନ୍ୟ ଗୋଟିଏ ପ୍ରଚାର ରଥ ମୋହନା ବ୍ଳକ,ଉଦୟଗିରି ବ୍ଳକ, ନୂଆଗଡ଼ ବ୍ଳକ ଓ ରାୟଗଡ ବ୍ଳକ ଗୁଡିକରେ ପ୍ରଚାର କରି ଚାଷୀଙ୍କୁ ସଚେତନ କରିବ । ଏହି କାର୍ଯ୍ୟକ୍ରମରେ ଏସ.ପି ଜୟରାମ ଶତପଥୀ, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ଏସି.ଏସ.ଓ ଶତ୍ରୁଘନ ଗିରି , ଏ.ଆର. ସି.ଏସ ହରିହର ସେଠୀ, ଆର.ଏମ.ସି ସେକ୍ରେଟାରୀ ଏଲ. ରଘୁବାବୁ, କାର୍ଯ୍ୟାଳୟର ବି.କେ.ସେଠୀ ଙ୍କ ସମେତ ଏ.ଆର.ସି.ଏସ ଜିଲ୍ଲା ଯୋଗାଣ ଓ ଆର. ଏମ୍.ସି ବିଭାଗର ବହୁ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ଆର ଏମ୍ ସି କିମ୍ବା ଯୋଗାଣ ବିଭାଗ ଗଣମାଧ୍ୟମ କୁ ସୂଚନା ଦେଇ ନଥିବାରୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର ହୋଇ ପାରିନଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଚାଷି ସଚେତନତା ନ ହୋଇ ପାରି ଠକମି ର ଶୀକାର ହେଉଛନ୍ତି ।ଏପଟେ ରାଜ୍ୟ ସରକାର ପ୍ରଚାର ପ୍ରସାର ସକାଶେ ଗଣମାଧ୍ୟମକୁ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ନ ଦେବା ଆଲୋଚନାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *