ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ବିୟୋଗ ରେ ନିଶ୍ଚିନ୍ତକୋଇଲି ସାମ୍ବାଦିକ ମାନଙ୍କ ପକ୍ଷରୁ ଶୋକସଭା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ର ଯୁବ ସାମ୍ବାଦିକ ତଥା ସମାଜସେବୀ ଦୁଷ୍ମନ୍ତ ମହାନ୍ତି ଙ୍କ ଅକାଳ ବିୟୋଗ ରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିଶ୍ଚିନ୍ତକୋଇଲି ସାମ୍ବାଦିକ ମାନଙ୍କ ପକ୍ଷରୁ ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ମା ବୁଢୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ଵର୍ଗତ ମହାନ୍ତି ଙ୍କ ଉଦ୍ଦେଶ୍ୟରେ ପ୍ରଦିପ ପ୍ରଜ୍ବଳନ କରିଥିଲେ। ସମସ୍ତ ସାମ୍ବାଦିକ ସ୍ଵର୍ଗତ ଦୁଷ୍ମନ୍ତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାମ୍ବାଦିକ ସ୍ବର୍ଗତ ଦୁଷ୍ମନ୍ତ ମହାନ୍ତି ଜଣେ ପରୋପକାରୀ ସମାଜ ସେବୀ ବ୍ୟକ୍ତିତ୍ଵ ଏବଂ ତାଙ୍କ ମୃତ୍ୟୁ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସାମ୍ବାଦିକ ହରପ୍ରସାଦ ପଣ୍ଡା ମତ ପ୍ରକାଶ କରିଥିଲେ । ଏହି ଶୋକ ସଭାରେ ସାମ୍ବାଦିକ ଅକ୍ଷୟ କୁମାର ସିଂହ, ସରୋଜ କୁମାର ସିଂହ, ରାଜେନ୍ଦ୍ର କୁମାର ବେହେରା, ଡମ୍ବରୁଧର ବେହେରା, ପତିତପାବନ ରାଉତ, ପ୍ରଶନ୍ନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ସାମ୍ବାଦିକଙ୍କୁ ସ୍ମରଣ କରିଥିଲେ । ସାମ୍ବାଦିକ ଫାଲ୍ଲଗୁନୀ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *