ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ AITUC ସହ ନିଖିଳ ଓଡ଼ିଶା ଆଶା କର୍ମୀ ମାନେ ବାହାରି ଟାଉନ ହଲ ଠାରେ ପହଞ୍ଚି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । AITUC ସହ ବନ୍ଧିତ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଗଜପତି ଜିଲ୍ଲା ଶାଖା ତରଫରୁ ପ୍ରଥମ ଜିଲ୍ଲା ସମ୍ମିଳନୀ ଉପଲକ୍ଷେ ଟାଉନ ହଲ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ମଣ୍ଡଳୀ ନିରଞ୍ଜନ ମାଳି, ସୁରେଶ ଲିମା, ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ସଭାପତି ବିଜୟ ଜେନା, ଏ ଆଇ ଟି ୟୁ ସି ନେତା ଜେନା ସୁବାସ ଚନ୍ଦ୍ର ରାଓ, ପରିବହନ କର୍ମଚାରୀ ନେତା ନରସିଂହ ମାଳି ବିଷୋୟୀ, ନିର୍ମାଣ ଶ୍ରମିକ ନେତା ଜ୍ୟୋତିନ୍ଦ୍ର ନାଥ, ରାୟଗଡ ବ୍ଲକର ଆଶା ଅରୁନ୍ଧତୀ ଦେବୀ, ପ୍ରତିଜ୍ଞା ନାୟକ, ଆର ଉଦୟଗିରି ବ୍ଳକର ଗୀତାଞ୍ଜଳି ଖଣ୍ଡ ପାତ୍ର, ନୂଆଗଡ଼ ବ୍ଲକର ବିଜୟା ପ୍ରମୁଖ ବିକ୍ଷୋଭରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିଲେ . ଏହି ଦାବି ଗୁଡିକ ହେଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ଆଶା କର୍ମୀଙ୍କ ଜନନୀ ସୁରକ୍ଷା ଦେୟ ତୁରନ୍ତ ପ୍ରଦାନ କରାଯାଉ, କାରଣ ଦେୟ ପ୍ରଦାନରେ ବିଳମ୍ବ କରାଯାଉଛି । ମାସର 10 ତାରିଖ ମଧ୍ୟରେ ଆଶା କର୍ମୀଙ୍କ ମାସିକ ସୁନିଶ୍ଚିତ ଭତ୍ତା ଓ ପ୍ରୋତ୍ସ।ହନ ରାଶି ଏବଂ ଅନ୍ୟାନ୍ୟ ଦେୟ ପ୍ରଦାନ କରାଯାଉ । ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଶା ଗୃହ ନିର୍ମାଣ କରାଯାଉ । ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର କରାଯାଉଛି ତାହା ବନ୍ଦ କରାଯାଉ । ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉ । ଗର୍ଭବତୀ ମା ର ବିଭିନ୍ନ ପରୀକ୍ଷା ଚିକିତ୍ସାଧିକାରୀ ଥିବା ସମୟରେ ତୁରନ୍ତ ପ୍ରଦାନ କରାଯାଉ । ସଭା ଶେଷରେ ନିଖିଳ ଓଡ଼ିଶା ଆଶା କର୍ମୀ ସଙ୍ଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିବାର ଜଣାପଡିଛି ।
ନିଖିଳ ଓଡ଼ିଶା ଆଶା କର୍ମୀ ସଙ୍ଘର ପ୍ରଥମ ଜିଲ୍ଲା ସମ୍ମିଳନୀ !!!

