କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍ ଓ ପମ୍ପ ଡ୍ରାଇଭର ମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ହୋଇଥିବା ବେଳେ ଉଦଯାପନୀ ତାଲିମ କାର୍ଯ୍ୟକ୍ରମ ଡିଣ୍ଡିରାଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଯାପନୀ ତାଲିମ କାର୍ଯ୍ୟକ୍ରମରେ ଫିରଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏପିଓ ସୁମନ୍ତ ଉଠାଣ ସିଂ, ଜିପିଓ ରବୀନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା, କନିଷ୍ଠ ଜନ୍ତ୍ରୀ ଲିଙ୍ଗରାଜ ପାତ୍ର, ଯନ୍ତ୍ରୀ ସୁନିଲ କୁମାର ପାତ୍ର, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସମ୍ବାରିଆ ବେହେରା ଓ ହିଲେଶ୍ୱର ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ । ୧୦ ଦିନ ଧରି ବ୍ଲକର ୨୪ଟି ପଂଚାୟତର ପ୍ରାୟ ୭୦ ଏସିଏମ ଏବଂ ପମ୍ପ ଡ୍ରାଇଭର ମାନେ ତାଲିମରେ ଭାଗ ନେଇଥିଲେ । ତାଲିମରେ ବିଶେଷ କରି କିଭଳି ଭାବେ ପମ୍ପ ପରିଚାଳନା କରାଯିବ ଓ ଜନସାଧାରଣ ପିଇବା ପାଣି ଠିକ ଭାବରେ ପାଇପାରିବେ ସେ ଉପରେ ଗୁରୁତ୍ୱ ଦିଆ ଯାଇଥିଲା । ସେହିଭଳି ବ୍ଲକରେ କିଭଳି ଭାବରେ ମନରେଗା ଯୋଜନାର ସଫଳ ରୂପାୟନ ହୋଇପାରିବ ସେନେଇ ତାଲିମଦାତା ମାନେ ତାଲିମ ପ୍ରଦାନ କରିଥିଲେ ।