ଅନାଥ ଙ୍କ ନାଥ ସ୍ୱୟଂ ଶ୍ରୀ ଜଗନ୍ନାଥ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରାକୃତିକ ଦୁର୍ବିପାକ ଏବଂ ଦଇବ ସିନା ସହିଲାନି , ପିଲା ମାନଙ୍କ ଠାରୁ ବାପା ମାଆ ନେଇଗଲା . କିନ୍ତୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲା ମାନଙ୍କୁ ବାପା ମାଆ ର ସ୍ନେହ, ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛି ଯେ ପିଲାମାନେ ବର୍ତ୍ତମାନ ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସରକାରଙ୍କ ର ଦଶମ ଶ୍ରେଣୀ ପରୀକ୍ଷାରେ 80 ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେହି ପିଲାମାନେ କେହି ନୁହଁନ୍ତି ଯେଉଁମାନେ କି ତିତିଲି ମହାବାତ୍ୟା ଏବଂ ପରବର୍ତ୍ତୀ ଭୁସ୍ଖଳନ ରେ ନିଜର ପିତାମାତା ଙ୍କୁ ହରାଇ ସରକାର ଏବଂ ଜିଲ୍ଲା ପ୍ରଶାସନ ର ପ୍ରତ୍ୟେକ୍ଷ ସହଯୋଗରେ ବଢି ଚାଲିଛନ୍ତି ।

ସେହିପରି 5 ଗୋଟି ପିଲାଙ୍କୁ ଆଜି ଜିଲ୍ଲାପାଳ ସେମାନଙ୍କ ର ଦଶମ ପରୀକ୍ଷାର ଫଳାଫଳ ଭଲ କରିଥିବାରୁ ଜିଲ୍ଲା ପାଳଙ୍କର ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ସମ୍ମାନିତ କରିଥିଲେ । ଏହାସହ ପିଲାମାନଙ୍କୁ ଉତ୍ସ।ହିତ କରିବା ପାଇଁ ଏବଂ ପିଲାମାନଙ୍କ ସହ ସବୁବେଳେ ପ୍ରଶାସନ ଛିଡା ହୋଇଥିବା କଥା ପ୍ରମାଣ କରିବାକୁ ଯାଇ ଅତିଥି ଭବନରେ ପିଲା ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଉପରୋକ୍ତ ପାଞ୍ଚ ଜଣ ଶିଶୁ ମାନେ ବିବେକାନନ୍ଦ ରେସିଡେନସିଆଲ ସ୍କୁଲ, ଏସ ଉରୁଡ଼ା, ଶ୍ରୀ ଜଗନ୍ନାଥ ନିକେତନ, ଆର ସୀତାପୁର, ପ୍ରାଉଡ଼, ବି ସୀତାପୁର ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ରେ ରହି ଆସୁଛନ୍ତି । ଆଗାମୀ ଦିନରେ ଶିଶୁ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଶିଶୁ ମାନଙ୍କର ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଇ ସମସ୍ତ ସହଯୋଗ ଯୋଗାଇବା ପାଇଁଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ ) ପ୍ରଦୀପ କୁମାର ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରୋମାଞ୍ଚଳ ଖମାରି, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ। ଅଳକା ସାହୁ, ଜିଲ୍ଲା ନିଯୁକ୍ତି ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅରୁଣା ସ୍ବେଚ୍ଛାସେବୀ ସଙ୍ଘଠନ ସମ୍ପାଦିକା ସୌଦାମିନୀ ରଥ ଓ ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *