ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ରେ ପୁଣି ସକ୍ରିୟ ହେଲେ ପକ୍ଷୀ ଶିକାରୀ , ୧୮ ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ ! ପୁଣି ଥରେ ଚିଲିକା ମାତିଲେ ପକ୍ଷୀ ଶିକାରୀ । ୧୮ ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଚିଲିକା ମଧ୍ୟରୁ ବିଦେଶୀ ପକ୍ଷୀଙ୍କ ଶିକାର ପରେ ସେ ସବୁ କୁ ଏକ ବସ୍ତା ମଧ୍ୟରେ ଭର୍ତ୍ତି କରି ନେଉଥିବା ବେଳେ ଶିକାରୀ କୁ ଧରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଚିଲିକା କୂଳରୁ ଏହି ଧରପଗଡ଼ ହୋଇଛି । ବିଷ ପ୍ରୟୋଗ କରି ଚିଲିକା ରୁ ବିଦେଶୀ ପକ୍ଷୀଙ୍କ ଶିକାର କରାଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ କହିଛନ୍ତି । ଗିରଫ ଶିକାରୀ ଜଣକ ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ଗ୍ରାମ ବିଧାରପୁର ସାହିର ଭାଗିରଥୀ ସ୍ୱାଇଁ ବୋଲି ଜଣା ପଡିଛି ।
ଚିଲିକା ରେ ପୁଣି ସକ୍ରିୟ ହେଲେ ପକ୍ଷୀ ଶିକାରୀ !!!

