ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଅସହାୟ ଶିଶୁଙ୍କୁ ପରିବାର ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଶିଶୁ ଯେପରି ଉପଯୁକ୍ତ ପରିବାର ପାଇବେ ଯାହା ଦ୍ୱାରା ସେମାନଙ୍କ ଶାରିରୀକ, ସାମାଜିକ, ମାନସିକ ଏବଂ ବୌଦ୍ଧିକ ବିକାଶ ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ମାତୃପିତୃ ହୀନ, ପରିତ୍ୟକ୍ତ ଏବଂ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହିଥିବା ଶିଶୁ ମାନେ ଉପକୃତ ହୋଇପାରିବେ । ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଯଥା ପ୍ରତିପାଳନ ଯତ୍ନ (Foster care),ପରବର୍ତ୍ତୀ ଯତ୍ନ (After care), ପୋଷ୍ୟ ସନ୍ତାନ (Adoption) ଓ ପୃଷ୍ଠପୋଷାକ ସହାୟତା ରାଶି (Sponsorship) ମାଧ୍ୟମରେ ପିଲା ମାନଙ୍କୁ ଥଇଥାନ କରିବା ବ୍ୟବସ୍ଥା ରହିଛି । ଆହୁରି ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ଏବଂ ତାହାର ପରିବାରକୁ ସୁଦୃଢ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଏଥି ସହିତ ପାରିବାରିକ ଯତ୍ନକୁ ପ୍ରୋତ୍ସ।ହିତ କରିବା ସହ ଉପରୋକ୍ତ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ କରାଇବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ପିତୃମାତୃ ହୀନ ପିଲାମାନଙ୍କର ସମ୍ପର୍କିୟ ପରିବାର କିପରି ସୁଦୃଢ ହେବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ହୋଇ ସେମାନଙ୍କର ଯୋଜନା ଜରିଆରେ କିପରି ମାତୃପିତୃ ହୀନ ଶିଶୁ ରହୁଥିବା ସମ୍ପର୍କୀୟଙ୍କ ପରିବାର ସୁଦୃଢ ହେବେ ସେଥିନେଇ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରେଭେନ୍ୟୁ ପ୍ରଦୀପ କୁମାର ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରୋମାଞ୍ଚଳ ଖମାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଈ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ। ଅଳକା ସାହୁ, ଜିଲ୍ଲା ନିଯୁକ୍ତି ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅରୁଣା ସ୍ବେଚ୍ଛାସେବୀ ସଙ୍ଘଠନର ସମ୍ପାଦିକା ସୌଦାମିନୀ ରଥ ଓ ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *