ଓଡିଶା ଲିଗାଲ ରାଇଟ୍ସ କାଉନସିଲ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା

0
344

Loading

ନୟାଗଡ (ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିନ ଉପଲକ୍ଷେ, ୭୦ଟି ଦେଶରେ ୭୦ ମିନିଟ ପାଇଁ ୭୦ଟି ଭିଡିଓ ଡକୁମେଣ୍ଟାରୀ ପ୍ରସାରଣ କରାଯିବ . ଲିଗାଲ ରାଇଟ୍ସ କାଉନସିଲ ଓଡିଶା ତରଫରୁ ସଭାପତି ଶ୍ରୀମତୀ ଅରୁନ୍ଧତୀ ଦେବୀ , ଉପସଭାପତି ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଏବଂ ଲିଗାଲ ରାଇଟ୍ସ ଟିମ ଭାରତ ଦ୍ଵାରା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିନ ଅବସରରେ ଏପରି ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି . ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଲିଗାଲ କାଉନସିଲ ଭାରତ ଏବଂ ଓଡିଶା ଶାଖା ତରଫରୁ ଏପରି ଏକ ଅଭିନବ ପ୍ରୟାସ ହୋଇଥିବା ସମୟରେ ଏହାକୁ ଖୋଦ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସହୃଦୟ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here