ସୋରଣ ଗ୍ରାମରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ !!!

0
153

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଭଗବତୀ ହାଇସ୍କୁଲ ଖେଳ ପଡ଼ିଆ ଠାରେ ନୂତନ ରାଜସ୍ୱ ନିରୀକ୍ଷଙ୍କ କାର୍ଯ୍ୟାଳୟ ଉଦଘାଟନ କଲେ ଚିଲିକା ତହସିଲଦାର ସୁରେଶ କୁମାର ପଣ୍ଡା . ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଆଡ଼ସିନାଲ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ . ଏହି ନୂତନ ଆରଆଇ ଅଫିସ ତିନୋଟି ପଞ୍ଚାୟତକୁ ନେଇ ଚାଲିବ . କାର୍ଯ୍ୟାଳୟ ଉପରେ ସୋରଣ, ମାନସିଂହପୁର, ହାଟ ବରଡ଼ି ଗ୍ରାମ ପଞ୍ଚାୟତ ର ପାଖା ପାଖି ୨୦ ଖଣ୍ଡ ଗ୍ରାମ ଓ ୫୦,୦୦୦ ଲୋକେ ନିର୍ଭର କରିବେ ବୋଲି ଚିଲିକା ବ୍ଲକ ଅଧକ୍ଷା ଜ୍ୟୋତ୍ସ୍ନା ବେହେରା ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସୋରଣ ଓ ମାନସିଂହପୁର ବାସିନ୍ଦା ମାନେ ଜରିପଡ଼ା ରାଜସ୍ବ ନିରୀକ୍ଷକ କାର୍ଯ୍ୟଳୟ ଉପରେ ନିର୍ଭର କରି ଚାରି କିଲୋମିଟର ଯିବାକୁ ପଡ଼ୁଥିଲା , ସେହିଭଳି ହାଟବରଡ଼ି ଗ୍ରାମରୁ ନଈରୀ ଆରଆଇ ଅଫିସ କୁ ୬ କିଲୋମିଟର ଯିବାକୁ ପଡୁଥିଲା । ନୂତନ କାର୍ଯ୍ୟାଳୟ ଖୋଲିବା ପରେ ଆଉ ଦୂରକୁ ଯିବାକୁ ପଡିବନି ସାଧାରଣ ଲୋକଙ୍କୁ . ହାଟ ବରଡ଼ି ଗ୍ରାମରୁ ଲୋକମାନେ ଅଳ୍ପ ଦୂର ସୋରଣ ଗ୍ରାମକୁ ଆସି ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟର ବିଭିନ୍ନ ସେବା ପାଇ ପାରିବେ । ସୋରଣ ଗ୍ରାମରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟରେ ଆଜି ଠାରୁ କାର୍ଯ୍ୟରେ ଯୋଗ ଦେଲେ ଭୁବନେଶ୍ୱର ବାରିକ । ସାଧାରଣ ଲୋକଙ୍କର ବିଭିନ୍ନ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି । ଉଦଘାଟନୀ ଉତ୍ସବରେ ହାଟ ବରଡ଼ି ସରପଞ୍ଚ ହୁଲାସ ବେହେରା, ସୋରଣ ର ଶେଷଦେବ ବେହେରା , ମାନସିଂହପୁର ଗ୍ରାମର କାମିନୀ ବେହେରା ଓ ସ୍ଥାନୀୟ ଅଞ୍ଚଳର ରାଜନେତା , ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here