ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପ୍ରଥମେ ଆସିଲା ସଡକ ଦୁର୍ଘଟଣାର ଖବର . ସୁକିନ୍ଦାଗଡ ନିବାସୀ ମା ଓ ଝିଅ ଉଭୟ ମୃତ୍ୟୁବରଣ କରିଥିବା ଘଟଣା ପ୍ରଚାରିତ ହେବା ପରେ ଖେଳିଗଲା ଶୋକର ଛାୟା . ସ୍କୁଟି କୁ ଧକ୍କା ଦେଇଥିବା ଡମ୍ପର ଚାଳକ କୁ ଅଟକ ରଖି ପୁଲିସ ଆରମ୍ଭ କରିଥିଲା ତଦନ୍ତ . ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର ପାଇଁ ଗ୍ରାମକୁ ନିଆଗଲା ପାର୍ଥିବ ଶରୀର . ବହୁ ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ , ସ୍ଥାନୀୟ ବିଧାୟକ ମଧ୍ୟ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ଭେଟିଥିଲେ . ହେଲେ ଏ ଭିତରେ ଦୁର୍ଘଟଣା ଘଟିଥିବା ସ୍ଥାନରୁ ଆସିଲା ଚମକାଇ ଦେଲା ଭଳି ଖବର . ଡମ୍ପର ଚାଳକ ଜାଣିଶୁଣି ଘଟାଇଥିଲା ଦୁର୍ଘଟଣା . ପୁଲିସ ମଧ୍ୟ ତଦନ୍ତ ସମୟରେ ଏକଥା ଅନୁମାନ କରୁଥିଲା . ଏବେ ସବୁରି ମୁଁହରେ ଗୋଟିଏ କଥା – ଯାହାର ମାନବିକତା ନାହିଁ , ଯେ ଗୋଟେ ପରିବାରକୁ ଉଜାଡି ଦେଲା – ତାକୁ କେବଳ ଫାସି ହିଁ ଦରକାର !!