କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁଦିନ ବଢିଚାଲିଛି ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ ! ଗତ କିଛି ଦିନ ତଳେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଥରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ରିଜର୍ଭ ପୋଲିସର ଜଣେ ମହିଳା କନେଷ୍ଟବଳ ! ଗତ ସପ୍ତାହ ଧରି ଆଳିର ଏକ ଦଳିତ ପରିବାରକୁ ନ୍ୟାୟ ନମିଳିବା ପ୍ରତିବାଦରେ ବିଜେପି ପକ୍ଷରୁ ଏସ ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ! ଖବର ସଂଗ୍ରହ କରିବା ପାଇଁ ଭୀମସେନ ସେଠୀ ନାମକ ଜଣେ ସାମ୍ବାଦିକ ଘଟଣା ସ୍ଥଳକୁ ଯାଇଥିଲେ ! ସେହି ସମୟରେ କେନ୍ଦ୍ରାପଡ଼ା ଏସପି କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ ମିନୁ ନାୟକ ବିନା ମାସ୍କରେ କାର୍ଯ୍ୟ କରୁଥିବାର ଦେଖି ସାମ୍ବାଦିକ ଭୀମସେନ ସେଠୀ ତାଙ୍କର ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ଭାଇରାଲ କରିବା ସହିତ ଏସପି ଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଥିଲେ ଯାହାକୁ ନେଇ ଉକ୍ତ ମହିଳା କନେଷ୍ଟବଳ ମିନୁ ନାୟକ ଏସପି ଅଫିସ ସାମ୍ନା ରେ ସର୍ବସାଧାରଣରେ ଉକ୍ତ ସାମ୍ବାଦିକ ଭୀମସେନ ସେଠିଙ୍କୁ ମାଡ ମାରିଥିଲେ.

ଯାହାର ଭିଡ଼ିଓ ଭାଇରଲ ହେବ ପରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ସହିତ ମହିଳା କନେଷ୍ଟବଳଙ୍କ ନିଲମ୍ବନ ଦାବି କରିଥିଲେ. ପରେ ଏନେଇ ଜିଲ୍ଲାରେ 5 ଜଣ ବିଧାୟକ ଜିଲ୍ଲାପାଳଙ୍କ ସହ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ ଅନ୍ୟପଟେ ସମ୍ପୃକ୍ତ କନେଷ୍ଟବଳଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ପ୍ରତକ୍ରିୟାରେ କହିଛନ୍ତି ଆଳି ବିଧାୟକ ପ୍ରତାପ ଦେବ ଓ ମହାକାଳ ବିଧାୟକ ଅତନୁ ସବ୍ୟସାଚୀ ନାୟକ . ଅନ୍ୟପଟେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଜିଲ୍ଲାପାଳ ଓ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ତୁରନ୍ତ ସମ୍ପୃକ୍ତ ମହିଳା କନେଷ୍ଟବଳକୁ ନିଲମ୍ବନ ଦାବି କରିଥିଲେ ।

