ବାଲୁଗାଁ ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତ ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ରଘୁନାଥପୁର ଗ୍ରାମରେ ଘଟିଥିବା ରଙ୍କନାଥ ସାହୁଙ୍କ ହତ୍ୟା ଘଟଣାରେ ଗତକାଲି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଏସପି ଉକ୍ତ ହତ୍ୟା ଘଟଣାକୁ ଗୁରୁତର ସହ ନେଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ବାଲୁଗାଁ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର ଏକାଧିକ ଟିମ ନିରନ୍ତର ଚଢ଼ାଉ ଜାରି ରଖି ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରଘୁନାଥପୁର ଗ୍ରାମର ପଦ୍ମଚରଣ ରାଉତ(୬୫), ପ୍ରଭାତ କୁମାର ରାଉତ(୫୩), କାଳୁ ଚରଣ ରାଉତ(୩୭), ନବୀନ ରାଉତ(୨୮) ଏବଂ ରାଜକିଶୋର ରାଉତ(୫୫) । ତେବେ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଦ୍ୟାବଧି ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।

Leave a Reply

Your email address will not be published. Required fields are marked *