ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ୨୮ ବର୍ଷୀୟ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଶେଷରେ ଯୁବତୀଙ୍କୁ ଧୋକା ଦେଇ ତାର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ନାଭାଲ ଫାଣ୍ଡି ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅଧିନସ୍ଥ ବଡ଼କୁଳ ଗ୍ରାମର ପ୍ରଫୁଲ ମନ୍ତ୍ରୀଙ୍କ ପୁଅ ସମୀର ମନ୍ତ୍ରୀ (୨୮) ସେହି ଗ୍ରାମର ଜଣେ ଯୁବତୀଙ୍କ ମନରେ ବିଶ୍ୱାସ ଜନ୍ମାଇ ଭଲ ପାଇ ଆସୁଥିବା ବେଳେ ସୁଯୋଗ ନେଇ ଯୁବତୀଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରି ନିଜ ପାଖରେ ରଖିଥିଲା । ଏହି ଫଟୋ ଓ ଭିଡିଓ ମାଧ୍ୟମରେ ଯୁବତୀଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିବା ବେଳେ ପ୍ରେମରେ ଧୋକା ଦେଇ ସମୀର ଏହି ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଲାଗିଲା । ଯୁବତୀ ଜଣଙ୍କ ସମୀରକୁ ଯେତେ ନିବେଦନ କରିଥିଲେ ମଧ୍ୟ ସମୀର ଯୁବତୀଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ କରି ପୁନଃର୍ବାର ଭାଇରାଲ କରିବାରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ନାଭାଲ ଫାଣ୍ଡି ଅଧିକାରୀ ରବିନ୍ଦ୍ର ଗୌଡ଼ ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୨୪୯/୨୪ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ସମୀର ମନ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି ।।
ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ !!!

