ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ !!!

Spread the love

ବୈଦେଶ୍ୱର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ମା ମଙ୍ଗଳା ଙ୍କ ମନ୍ଦିରରୁ ଚୋରୀ ଘଟଣାରେ ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ । କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ନାଟେରି ଗ୍ରାମର ମା ମଙ୍ଗଳା ଙ୍କ ମନ୍ଦିର ରୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ପଶି ଘଣ୍ଟ, ଘଣ୍ଟା, ପିତଳ ଥାଳି, ଢାଳ, ଗିନି, ଖଞ୍ଜଣି ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଚୋରୀ କରି ନେଇଥିଲା । ମନ୍ଦିରରୁ ଚୋରୀ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଚୋରକୁ କାବୁ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ସଂପୃକ୍ତ ଯୁବକ ଜଣକ ନାଟେରୀ ଗ୍ରାମର ପ୍ରହଲ୍ଲାଦ ମହାନ୍ତି ଙ୍କ ପୁଅ ବସନ୍ତ କୁମାର ମହାନ୍ତି । ମନ୍ଦିରରୁ ଚୋରୀ ହୋଇଥିବା ସମସ୍ତ ଚୋରୀ ସାମଗ୍ରୀ ଗ୍ରାମବାସୀଙ୍କ ଜିମା ଦେବା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *